ବଦଳିବ ନାଁ, ଫେୟାର ଆଣ୍ଡ ଲଭଲି କ୍ରିମରୁ ହଟିବ ‘ଫେୟାର’ ଶବ୍ଦ

ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ କ୍ରିମ ‘ଫେୟାର ଆଣ୍ଡ ଲଭଲି’ କ୍ରିମରୁ ‘ଫେୟାର’ ଶବ୍ଦ ହଟାଇନେବା ପାଇଁ ସ୍ଥିର କରିଥିବା ଜଣାପଡିଛି। କମ୍ପାନୀ ଦ୍ୱାରା ଜାରି କରାଯାଉଥିବା ସୂଚନାରେ କୁହାଯାଇଛି ଯେ କମ୍ପାନୀ ଏହି କ୍ରିମର ରିବ୍ରାଣ୍ଡ ପାଇଁ ଲକ୍ଷ୍ୟ ରଖିଛି। ନିୟାମକ ଅନୁମୋଦନ ପରେ ଆଗାମୀ କିଛି ମାସରେ କମ୍ପାନୀ ଏହି କ୍ରିମର ନାମ ପରିବର୍ତ୍ତନ କରିବ।

ଏକ ପ୍ରେସ ବିବୃତ୍ତିରେ କମ୍ପାନୀ କହିଛି ଯେ, ଏହି ବ୍ରାଣ୍ଡକୁ ଆହୁରି ଆକର୍ଷଣୀୟ କରିବା ପାଇଁ କମ୍ପାନୀ ‘ଫେୟାର’ ଶବ୍ଦ ବ୍ୟବହାର କରିବା ବନ୍ଦ କରିବ। ଏଠି ସହିତ କମ୍ପାନୀ ‘fair, fairness, white, whitening, light, lightening’ ଭଳି ଶବ୍ଦ ବ୍ୟବହାର କରିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ସୌନ୍ଦର୍ଯ୍ୟ ପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରି କମ୍ପାନୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି। ସେଲିବ୍ରିଟିମାନେ ବିଜ୍ଞାପନରେ ଧଳା ଚର୍ମକୁ ସୌନ୍ଦର୍ଯ୍ୟର ମୂଖ୍ୟ ଉପାଦାନ ଭାବେ ଗ୍ରହଣ କରୁଥିବାରୁ ଏହାକୁ ପୂର୍ବରୁ ଅଭିଯୋଗ ଭାବେ ଅଭିହିତ କରାଯାଉଥିଲା।

Comments are closed.