ବିଶାଖାପାଟନମ୍ ହିନ୍ଦୁସ୍ତାନ ସିପିଂୟାର୍ଡରେ କ୍ରେନ୍ ଖସି ୧୧ ଜଣଙ୍କର ମୃତ୍ୟୁ

ବିଶାଖାପାଟନମ୍ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ହିନ୍ଦୁସ୍ତାନ ସିପିଂୟାର୍ଡ ଲିମିଟେଡରେ ଏକ କ୍ରେନ୍ ଖସି ୧୧ ଜଣଙ୍କର ମୃତ୍ୟୁ ଘଟିଛି। ବିଶାଖାପାଟନମ୍ ଜିଲ୍ଲାପାଳ ବିନୟ ଚାନ୍ଦ ଏହା ନିଶ୍ଚିତ କରିଛନ୍ତି। ପୂର୍ବରୁ ଡିସିପି ସୁରେଶ ବାବୁ କହିଥିଲେ ଯେ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। କିନ୍ତୁ ପରେ ଆହତ ଜଣଙ୍କର ମୃତ୍ୟୁ ଘଟିଛି।
ଜିଲ୍ଲାପାଳ ବିନୟ ଚାନ୍ଦ କହିଛନ୍ତି ଯେ ଏକ ନୂତନ କ୍ରେନକୁ କାର୍ଯ୍ୟରେ ଲଗାଯାଇଛି। ହିନ୍ଦୁସ୍ତାନ ସିପିଂୟାର୍ଡ ଏବଂ ଏକ ଉଚ୍ଚ ସ୍ତରୀୟ ପ୍ରଶାସନ କମିଟିକୁ ମଧ୍ୟ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛୁ।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ କ୍ରେନ୍ ଦୁର୍ଘଟଣା ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶାଖାପାଟନମ୍ ଜିଲ୍ଲା କଲେକ୍ଟର ତଥା ନଗର ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

Comments are closed.