ଜେଏନୟୁ ହିଂସା ପଛରେ ହିନ୍ଦୁ ରକ୍ଷା ଦଳ, ଭିଡିଓ ଜାରି କରି ଦାବି କଲେ ଅଧ୍ୟକ୍ଷ

ଗାଜିଆବାଦ: ଜେଏନୟୁରେ ରବିବାର ସନ୍ଧ୍ୟାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ହୋଇଥିବା ଆକ୍ରମଣ ପଛରେ ହିନ୍ଦୁ ରକ୍ଷା ଦଳର ହାତ ରହିଛି। ଦଳର ଅଧ୍ୟକ୍ଷ ପିଙ୍କୁ ଚୌଧୁରୀ ସୋମବାର ରାତିରେ ଏକ ଭିଡିଓ ଜାରି କରି ଏହା ଦାବି କରିଛନ୍ତି। କେବଳ ଏତିକି ନୁହେଁ, ସେ ଖୋଲା ଚେତାବନୀ ବି ଦେଇଛନ୍ତି ଯେ, ଆଗକୁ ବି ଏଭଳି ଜାରି ରହିବ।

ସୋମବାର ରାତିରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ପିଙ୍କୁ ଚୌଧୁରୀ କହୁଛନ୍ତି ଯେ, ଯେଉଁମା​‌ନେ ଦେଶ ବିରୋଧୀ ଗତିବିଧିରେ ସାମିଲ ହେବେ ତାହାର ପରିଣାମ ଜେଏନୟୁ ଛାତ୍ରଙ୍କ ଭଳି ହେବ। ଭୂପେନ୍ଦ୍ର ତୋମର ଓରଫ ପିଙ୍କୁ ଚୌଧୁରୀ କହିଛନ୍ତି, ରବିବାର ରାତିରେ ଜେଏନୟୁରେ ହୋଇଥିବା ଆକ୍ରମଣ ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରୁଛି। ରବିବାର ଯେଉଁମାନେ ଆକ୍ରମଣ କରିଛନ୍ତି, ସେମାନେ ସମସ୍ତେ ହିନ୍ଦୁ ରକ୍ଷା ଦଳର କାର୍ଯ୍ୟକର୍ତ୍ତା। ଆମ ଧର୍ମ ସମ୍ପର୍କରେ ଖରାପ କରି କହିବା ସେମାନଙ୍କର ଠିକ୍‌ ହୋଇନାହିଁ। କିଛି ବର୍ଷ ହେଲାଣି ଜେଏନୟୁ କିଛି ଦଳର ଆଡ୍ଡା ହୋଇଗଲାଣି। ସୂଚନାଯୋଗ୍ୟ, ପିଙ୍କି ଚୌଧୁରୀ ଆମ ଆଦମୀ ପାର୍ଟି(ଆପ) କାର୍ଯ୍ୟାଳୟ ସମେତ ଅନେକ ଆକ୍ରମଣ ଘଟଣାରେ ଜେଲ୍‌ ଯାଇ ସାରିଛନ୍ତି।

Comments are closed.