MEllora 950×100

ଚୀନରେ ଜିନପିଙ୍ଗଙ୍କ ଇସ୍ତଫା ଦାବି; ୪୦ ହଜାର ଟପିଲା କରୋନା ​‌ଦୈନିକ ମାମଲା

ବେଜିଂ: ପୁଣି ଚୀନରେ କାୟା ମେଲାଉଛି କରୋନା । କ୍ରମାଗତ ଭାବେ ଚୀନରେ କରୋନା ସଂକ୍ରମଣ ବଢ଼ିବାର ଲାଗିଛି । କରୋନାକୁ ନେଇ ଚୀନ ଆତଙ୍କ ରଚାଉଥିବା ବେଳେ. ବର୍ତ୍ତମାନ ପୁଣି କରୋନା ସମ୍ମୁଖରେ ପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାରରୁ ଅଧିକ ନୂଆ ମାମଲା ରୁଜୁ ହୋଇଛି । କ୍ରମାଗତ ପଞ୍ଚମ ଦିନ ହେଲା କ​ରୋନା ବଢ଼ିବାରେ ଲାଗିଛି । ରାଜଧାନୀ ବେଜିଂରେ କେବଳ ୪ହଜାର ମାମଲା ରୁଜୁ ହୋଇଛି ।

ସଂକ୍ରମିତ ବଢ଼ୁଥିବାରୁ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି । ଚାଇନାରେ ଗତ ତିନି ଦିନର ତଥ୍ୟ ଦର୍ଶାଉଛି ଯେ ଦେଶରେ କରୋନା ସଂକ୍ରମଣ ଗତି ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶନିବାର ଦିନ ୩୧,୭୦୯ ମାମଲା ହୋଇଥିବା ବେଳେ ରବିବାର ଦିନ ୩୯,୭୯୧ ମାମଲା ରୁଜୁ ହୋଇଥିଲା । ଅନ୍ୟପକ୍ଷରେ ଆଜି ପୁଣି ଚୀନରୁ ୪୦, ୩୪୭ ମାମଲା ରୁଜୁ ହୋଇଛି।

ଏପରି ପରିସ୍ଥିତିକୁ ନେଇ ଜିନପିଙ୍ଗଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଚୀନବାସୀ । ଆଜି ହଂକଂ ସ୍ଥିତ ସାଉଥ ଚାଇନା ମର୍ନିଂ ପୋଷ୍ଟ ରିପୋର୍ଟ କରିଛି ଯେ ଗତ ସପ୍ତାହରେ ତିବ୍ଦତର ପ୍ରାଦେଶିକ ରାଜଧାନୀ ଗୁଆଙ୍ଗଡୋଙ୍ଗ, ଜେଙ୍ଗଜୋ, ଲାସା, ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି । ସି ଜିନପିଙ୍ଗଙ୍କୁ ମଧ୍ୟ ଇସ୍ତଫା ଦେବାକୁ ଆହ୍ନାନ ଦେଇଛନ୍ତି ।

Comments are closed.