ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ଵଶର୍ମା

ବିଜେପି ନେତା ହିମନ୍ତ ବିଶ୍ଵଶର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀଶ ମୁଖୀ ବିଶ୍ଵଶର୍ମାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି। ଗତକାଲି ବିଶ୍ଵଶର୍ମାଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା।

ଚଳିତ ନିର୍ବାଚନରେ ଏନଡିଏ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଜେପିର ଅଙ୍କକଷା ଆରମ୍ଭ ହୋଇଥିଲା। ସର୍ବାନନ୍ଦ ସୋନୱାଲ ଏବଂ ହିମନ୍ତ ବିଶ୍ଵଶର୍ମା ଦୁଇଜଣ ଦାବିଦାର ଥିବାରୁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଏଥିରେ ହସ୍ତକ୍ଷେପ କରିଥିଲେ। ଶେଷରେ ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସର୍ବାନନ୍ଦ ସୋନୱାଲ ତାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ସନ୍ଧ୍ୟାରେ ହିମନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ।

Comments are closed.