ପୁଣି କ୍ଷମତାକୁ ଫେରିବ ବିଜେପି ! ହିମାଚଳ ପ୍ରଦେଶରେ ସଫଳ ହେବ ଏହି ଯୋଜନା ?

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଉପରେ ପୁଣି ନଜର ରଖିଛି ବିଜେପି । ହିମାଚଳ ପ୍ରଦେଶରେ କ୍ଷମତାକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଳାସପୁର ଜମିରୁ ‘ସ୍ଥାନୀୟ ସଂଯୋଗ’ ବାଜି ଖେଳିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଳାସପୁରରେ ପ୍ରାୟ ୩୭ ହଜାର କୋଟି ଟଙ୍କା ଯୋଜନାର ଉଦଘାଟନ କରିଛନ୍ତି ।

ଏହାକୁ ଆଗାମୀ ନିର୍ବାଚନ ପାଇଁ ମୂଳଦୁଆ ପକାଯାଇଥିବା କୁହାଯାଇଛି । ଏହି ଘଟଣାକୁ ନେଇ କିଛି ରାଜନୈତିକ ବିଶେଷଜ୍ଞ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିଶେଷଜ୍ଞ ମାନେ କହିଛନ୍ତି ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲି ଉତ୍ସାହ ଜନକ ଥିବା ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନ ପୂର୍ବରୁ ମୋଦୀ ଏହି କାର୍ଡ ଖେଳିଥିବା କୁହାଯାଇଛି । କାରଣ ଏପରି ସମୟରେ ହିମାଚଳ ପ୍ରଦେଶକୁ ୩୭ହଜାର କୋଟି ଟଙ୍କାର ଯୋଜନା ଉତ୍ସର୍ଗ କରାଯାଇଛି ।

ଏହି ଅବସରରେ ପ୍ରଧାନମମନ୍ତ୍ରୀ ରାଜ୍ୟରେ ଚାଲିଥିବା ପ୍ରାୟ ୫୦ହଜାର କୋଟି ଟଙ୍କାର ସଡକ ଭିତ୍ତିଭୂମି ଯୋଜନା ବିଷୟରେ ମଧ୍ୟ କହିଛନ୍ତି । ତାହା ସହ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଉପରେ ମତବ୍ୟକ୍ତ କରିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟ ସରକାର କେତେ ବିକାଶ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.