କୁଲୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୭ ମୃତ, ୧୦ ଆହତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କୁଲୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୦ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରୁ ୫ଜଣଙ୍କୁ ଜୋନାଲ ହସ୍ପିଟାଲ ଓ ଅନ୍ୟ ୫ଜଣଙ୍କୁ ବଞ୍ଜର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ କୁଲୁ ବଞ୍ଜାର ଭ୍ୟାଲି ଘଆଗିରେ ଟୁରିଷ୍ଟ ବସ୍ ଓଲଟି ପଡ଼ିଥିଲା ।

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ସାଢ଼େ ୧୧ଟାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ଜଣ ଯୁବକ ଓ ୨ଜଣ ଯୁବତୀ ଥିବା ଜଣାପଡ଼ିଛି । ଯାତ୍ରୀଙ୍କ ମଧ୍ୟରେ ତିନିଜଣ ଆଇଆଇଟି ବାରାଣାସୀ ଛାତ୍ର ଥିବା କୁହାଯାଉଛି ।

ସେମାନଙ୍କ ମଧ୍ୟରୁ ଜଣେ ଝିଅ ଏବଂ ଦୁଇ ଜଣ ପୁଅ ଅଛନ୍ତି । ଅନ୍ୟମାନେ ବିଭିନ୍ନ ଅଞ୍ଚଳରୁ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବଞ୍ଜର ପୁଲିସ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଛି । ସୂଚନା ମୁତାବକ ସମସ୍ତ ଯାତ୍ରୀ ଏକ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ଦିଲ୍ଲୀ ବୁଲିବାକୁ ଆସିଥିଲେ। ହେଲେ ଦୁର୍ଭାଗ୍ୟ ବସତଃ ଦୁର୍ଘଟଣା ହୋଇଥିଲା । ଖରାପ ପାଗ ଯୋଗୁଁ ଆହତମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା। ବଞ୍ଜର ବିଧାୟକ ସୁରେନ୍ଦ୍ର ଶୋରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

Comments are closed.