ହିମାଚଳ ବିଜେପି ସାଂସଦ ରାମ ସ୍ୱରୂପ ଶର୍ମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହିମାଚଳ ପ୍ରଦେଶର ବିଜେପି ସାଂସଦ ରାମ ସ୍ୱରୂପ ଶର୍ମାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଦିଲ୍ଲୀର ଉତ୍ତର ଆଭେନ୍ୟୁରେ ଥିବା ତାଙ୍କ ନିବାସରେ ଆଜି ତାଙ୍କ ମୃତଦେହ ମିଳିଛି। ଦିଲ୍ଲୀ ପୁଲିସର ସୂଚନାନୁସାରେ, ତାଙ୍କର ଜଣେ କର୍ମଚାରୀଙ୍କଠାରୁ ଏକ ଫୋନ କଲ ଆସିବା ପରେ ଏହି ଘଟଣା ଜଣାପଡିଥିଲା।

ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ଘର ଭିତର ପଟୁ ବନ୍ଦ ରହିଥିବା ଦେଖିବାକୁ ପାଇଥିଲା। ଘର ଭିତରେ ସାଂସଦ ରାମ ସ୍ୱରୂପଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ପୁଲିସ କହିଛି। ତେବେ ସେଠାରେ କୌଣସି ସୂଈସାଇଡ ନୋଟ ମିଳିନଥିଲା। ୬୩ ବର୍ଷୀୟ ରାମ ସ୍ୱରୂପଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ସୂଚନା ଅନୁଯାୟୀ, ଏହା ଆତ୍ମହତ୍ୟା ଭଳି ଜଣାପଡୁଥିଲେ ମଧ୍ୟ ଅନୁସନ୍ଧାନ ଜାରି ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ଏବଂ ଲୋକଙ୍କୁ ପଚରାଉଚରା କରିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୁଲିସ କହିଛି।

Comments are closed.