ହିଲାରୀ କ୍ଲିଣ୍ଟନ୍‍ଙ୍କ ଇମେଲ୍‍ ହ୍ୟାକିଂ ଅଭିଯୋଗକୁ ଚୀନ୍‍ର ଅସ୍ୱୀକାର

0

ବେଜିଂ : ଆମେରିକାର ଡେମୋକ୍ରାଟିକ୍‍ ନେତ୍ରୀ ହିଲାରୀ କ୍ଲିଣ୍ଟନ୍‍ଙ୍କ ଇମେଲ୍‍ ହ୍ୟାକିଂ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‍ ବିରୋଧରେ ଆଣିଥିବା ଅଭିଯୋଗକୁ ଏଠାକାର ସରକାର ଅସ୍ୱୀକାର କରିଛନ୍ତି। ଚୀନ୍‍ ସମସ୍ତ ପ୍ରକାରର ସାଇବର ଆକ୍ରମଣ ଏବଂ ଗୁଇନ୍ଦାଗିରିକୁ ସମ୍ପୂର୍ଣ୍ଣ ବିରୋଧ କରେ ବୋଲି ଦେଶର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଂ ବୁଧବାର ଟ୍ରମ୍ପଙ୍କ ଅଭିଯୋଗ ଉପରେ ବିସ୍ତୃତ ବିବୃତ୍ତି ଦେଇ କହିଛନ୍ତି। ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ କ୍ଲିଣ୍ଟନ୍‍ଙ୍କ ଇମେଲ୍‍କୁ ଚୀନ ହ୍ୟାକ କରିଥିଲା ଏବଂ ସଙ୍ଘୀୟ ତଦନ୍ତକାରୀ ବ୍ୟୁରୋ (ଏଫ୍‍ଆଇବି) ଓ ବିଚାର ବିଭାଗ ଏହାର ତଦନ୍ତ କରିବା ଉଚିତ ବୋଲି ଟ୍ରମ୍ପ ଟ୍ୱିଟ୍‍ କରିଥିଲେ; କିନ୍ତୁ ଏ ନେଇ ସେ କୌଣସି ପ୍ରମାଣ ଉପସ୍ଥାପନ କରି ନ ଥିଲେ। ଏହି ଘଟଣା ପୂର୍ବରୁ ୨୦୧୬ ନିର୍ବାଚନ ବେଳେ ରୁଷ ଡେମୋକ୍ରାଟିକ୍‍ ଦଳର ଇମେଲ୍‍ ହ୍ୟାକିଂ କରିଥିବା ଆମେରିକା ଗୁଇନ୍ଦା ସଂସ୍ଥାଗୁଡିକ ଅଭିଯୋଗ କରିଥିଲେ।

Leave A Reply