ବର୍ଦ୍ଧିତ ପିଆଜ ଦରକୁ ନେଇ ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ପୁଣି ବଢିଲା ପିଆଜ ଦର। ପିଆଜର ଖୁଚୁରା ମୂଲ୍ୟ କିଲୋ ପ୍ରତି ୬୦ ଟଙ୍କାରେ ପହଞ୍ଚିଛି। ଯାହାକୁ ନେଇ ଦେଖାଦେଇଛି ଖାଉଟି ଅସନ୍ତୋଷ। କଟକ ଏବଂ ଭୁବନେଶ୍ୱରରେ ପିଆଜର ଖୁଚୁରା ମୂଲ୍ୟ କିଲୋ ପିଛା ୬୦ ଟଙ୍କା ଥିବା ବେଳେ ଗ୍ରମୀଣ ବଜାର ସେମାନଙ୍କୁ ପିଲୋଗ୍ରାମ ପିଛି ୬୨ରୁ ୬୫ ଟଙ୍କାରେ ବିକ୍ରି କରୁଛନ୍ତି। ଫେବୃଆରୀ ଦ୍ୱିତୀୟ ସପ୍ତାହର ମୂଲ୍ୟ ତୁଳନାରେ ପିଆଜର ମୂଲ୍ୟ ୧୦ ଟଙ୍କା ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଫେବୃଆରୀ ୨୦୨୦ରେ କିଲୋଗ୍ରାମ ପ୍ରତି ପିଆଜର ମୂଲ୍ୟ ୨୫ରୁ ୩୦ ଟଙ୍କା ରହିଥିଲା। ମହାରାଷ୍ଟ୍ରର ନାସିକ୍ ଅଞ୍ଚଳରେ ଲଗାତାର ବର୍ଷା ପିଆଜ ଦର ବୃଦ୍ଧିର ମୁଖ୍ୟ କାରଣ ସାଜିଛି।

 

Comments are closed.