ଅହମ୍ମଦାବାଦ ଟେଷ୍ଟର ମୁଖ୍ୟାଂଶ

-ଏହି ଟେଷ୍ଟମ୍ୟାଚ୍ରେ ମୋଟ ୩୮୭ ରନ୍ ହୋଇଥିଲା; ଯାହା ଏସିଆରେ ସମାପ୍ତ ହୋଇଥିବା ଏକ ଟେଷ୍ଟମ୍ୟାଚ୍ରେ ସର୍ବନିମ୍ନ ରନ୍। ୨୦୦୨ରେ ଶାରଜାରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ଟେଷ୍ଟମ୍ୟାଚ୍ରେ ୪୨୨ ରନ୍ ସ୍କୋର୍ ହୋଇଥିଲା। ଗତ ୭୪ ବର୍ଷରେ ଏସିଆ ମାଟିରେ ଏହା ସର୍ବନିମ୍ନ ଟେଷ୍ଟମ୍ୟାଚ୍ ରନ୍।
-ଏହି ଟେଷ୍ଟମ୍ୟାଚ୍ର ୨ୟ ଇନିଂସରେ ଇଂଲଣ୍ଡ ୮୧ ରନ୍ରେ ଅଲ୍ଆଉଟ ହୋଇଥିଲା। ଭାରତ ବିପକ୍ଷରେ ଏହା ୨ୟ ସର୍ବନିମ୍ନ ଇନିଂସ ସ୍କୋର୍। ୨୦୧୫ ନାଗପୁର ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭୯ ରନ୍କରି ଅଲ୍ଆଉଟ ହୋଇଥିଲା; ଯାହା ଭାରତ ବିପକ୍ଷରେ ସର୍ବନିମ୍ନ ଇନିଂସ ସ୍କୋର୍।
-ଉଭୟ ଇନିଂସକୁ ମିଶାଇ ଇଂଲଣ୍ଡ ମୋଟ ୧୯୩ ରନ୍ କରିଥିଲା। ଭାରତ ମାଟିରେ ଉଭୟ ଇନିଂସକୁ ମିଶାଇ ଏହା କୌଣସି ଦଳର ସର୍ବନିମ୍ନ ସ୍କୋର୍। ୨୦୧୯ରେ ଭାରତ ବିପକ୍ଷରେ ଆଫ୍ଗାନିସ୍ତାନ ଉଭୟ ଇନିଂସକୁ ମିଶାଇ ୨୧୨ ରନ୍ କରିଥିଲା।
-ଉଭୟ ଇଂଲଣ୍ଡ ଓ ଭାରତର ୨ୟ ଇନିଂସରେ ପେସ୍ ବୋଲର ଗୋଟିଏ ମଧ୍ୟ ଓଭର ବୋଲିଂ କରିନଥିଲେ। ଭାରତ ପାଇଁ ଅଶ୍ବିନ, ଅକ୍ଷର ଓ ସୁନ୍ଦର ସମସ୍ତ ଓଭର ବୋଲିଂ କରିଥିବା ବେଳେ ଇଂଲଣ୍ଡ ପାଇଁ ଜ୍ୟାକ୍ ଲିଚ୍ ଓ ଜୋ ରୁଟ୍ ସମସ୍ତ ଓଭର ବୋଲିଂ କରିଥିଲେ।
-ପ୍ରଥମ ଇନିଂସରେ ୧୪୫ କିମ୍ବା କମ୍ ରନ୍କରି ୧୦ ୱିକେଟରେ ଜିତିବା ଏହା ପ୍ରଥମ ଘଟଣା।
-ମ୍ୟାଚ୍ରେ ମୋଟ ୭୦ ରନ୍ଦେଇ ଅକ୍ଷର ପଟେଲ ୧୧ଟି ୱିକେଟ ନେଇଥିଲେ। ଭାରତ ପାଇଁ ପ୍ରଥମ ବୋଲର ଭାବେ ସବୁଠାରୁ କମ୍ ରନ୍ ଦେଇ ୧୦ କିମ୍ବା ଅଧିକ ୱିକେଟ ଅକ୍ଷର ନେଇଛନ୍ତି।
-୪ର୍ଥ ଭାରତୀୟ ଭାବେ ଅକ୍ଷର ପଟେଲ କ୍ରମାଗତ ୩ୟ ଟେଷ୍ଟ ଇନିଂସରେ ୫ କିମ୍ବା ଅଧିକ ୱିକେଟ ନେଇଛନ୍ତି। ପୂର୍ବରୁ ହରଭଜନ ସିଂହ, ଲକ୍ଷ୍ମଣ ଶିବରାମକୃଷ୍ଣନ୍ ଓ ଜଭାଗଲ ଶ୍ରୀନାଥ ଏହି କୃତିତ୍ବ ହାସଲ କରିଛନ୍ତି।
Comments are closed.