ବିଶ୍ବର ସବୁଠାରୁ ଅଧିକ ଦରମା ପାଉଥିବା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି : ଜାଣନ୍ତୁ କେଉଁ ସ୍ଥାନରେ ରହିଛନ୍ତି ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ବିଶ୍ବର ସବୁ ଦେଶରେ ନିଜର ଜଣେ ମୁଖ୍ୟ ରହିଥାନ୍ତି। କେଉଁ ଦେଶର ରାଷ୍ଟ୍ରପତି ମୁଖ୍ୟ ହୋଇଥିବାବେଳେ କେଉଁ ଦେଶରେ ପ୍ରଧାନମନ୍ତ୍ରୀ ମୁଖ୍ୟ ହୋଇଥାନ୍ତି। ପ୍ରତ୍ୟେକ ଦେଶର ସରକାର ତାର ରାଷ୍ଟ୍ର ମୁଖିଆଙ୍କୁ ଦରମା ବା ଭତ୍ତ‌େ ଆକାରରେ କିଛି ନିଦ୍ଧିଷ୍ଟ ଅର୍ଥ ଦେଇଥାନ୍ତି। କିଛି ଦେଶରେ ରାଷ୍ଟ୍ରପତି ଅଧିକ ଶକ୍ତିଶାଳୀ ହୋଇଥାନ୍ତି ତ ଆଉ କିଛି ଦେଶରେ ପ୍ରଧାନମନ୍ତ୍ରୀ ଅଧିକ ଶକ୍ତିଶାଳୀ ହୋଇଥାନ୍ତି। ତେଣୁ ସେହି ଅନୁସାରେ ସେମାନଙ୍କ ଦରମା ବା ଭର୍ତ୍ତା ଭିନ୍ନ ଭିନ୍ନ ହୋଇଥାନ୍ତିଏ।
ତେବେ ଆନ୍ତୁ ଜାଣିବା ବିଶ୍ବର ସବୁଠାରୁ ଅଧିକ ଦରମା ପାଉଥିବା ଟପ୍-୧୦ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ବୃନ୍ଦ…………………….

୧. ଲି ସିୟମ ଲୁଙ୍ଗ
ଲୁଙ୍ଗ ହେଉଛନ୍ତି ସିଙ୍ଗାପୁରରର ପ୍ରଧାନମନ୍ତ୍ରୀ ସେ ବଶ୍ବରେ ଦେଶମାନଙ୍କରେ ଥିବା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନଙ୍କ ଭିତ୍ତରେ ସବୁଠାରୁ ଅଧିକ ବେତନ ଅର୍ଥାତ ଦରମା ପାଇଥାନ୍ତି। ସେ ବାର୍ଷିକ ୧୬,୧୦,୦୦୦ଆମେରିକୀୟ ଡଲାର ବା ପାଖାପାଖି ୬୨.୨୫ଲକ୍ଷ ଟଙ୍କା ପାଇଥାନ୍ତି।

୨. କ୍ୟାରି‌ ଲେମ
କ୍ୟାରି‌ ଲେମ ହେଉଛନ୍ତି ହଂଗକଂଗର ମୁଖ୍ୟ ଶାସକ। ସେ ବାର୍ଷିକ ୫,୬୮, ୪୦୦ଆମେରିକୀୟ ଡଲାର ଅର୍ଥାତ ୪.୦୭କୋଟି ଟଙ୍କା। ଏହି ଦେଶରେ ପ୍ରତି ବ୍ୟକ୍ତିଙ୍କର ମୋଟ ଘରୋଇ ଉତ୍ପାଦ(ଜିଡିପି) ୫୭, ୦୮୧, ୧୪ ବା ୪୦.୯୩ ଲକ୍ଷ ଟଙ୍କା।

୩. ଉଲି ମଉରର
ଉଲି ମୋରର ହେଉଛନ୍ତି ସ୍ବିଜରଲାଣ୍ଡର ରାଷ୍ଟ୍ରପତି। ସେ ବାର୍ଷିକ ୪,୮୨,୯୫୮ ଆମେରିକୀୟ ଡଲାର ପାଇଥାନ୍ତି। ଭାରତୀୟ ମୁଦ୍ରା ଅନୁସାରେ ଯାହାର ମୂଲ୍ୟ ପାଖାପାଖି ୩.୪୬କୋଟି। ଏହି ଦେଶରେ ପ୍ରତି ବ୍ୟକ୍ତିଙ୍କର ମୋଟ ଘରୋଇ ଉତ୍ପାଦ(ଜିଡିପି) ୫୬, ୪୩୭. ୬୪ ଆମେରିକୀୟ ଡଲାର ଭାରତୀୟ ମୁଦ୍ରା ଅନୁସାରେ ଯାହାର ମୂଲ୍ୟ ୪୦.୪୯ଲକ୍ଷ ଟଙ୍କା।

୪. ଡ଼ୋନାଲ୍ଡ ଟ୍ରମ୍ପ
ଡ଼ୋନାଲ୍ଡ ଟ୍ରମ୍ପ ହେଉଛନ୍ତି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି। ସେ ବାର୍ଷିକ ୪,୦୦,୦୦୦ ଆମେରିକୀୟ ଡଲାର ପାଇଥାନ୍ତି। ଭାରତୀୟ ମୁଦ୍ରା ଅନୁସାରେ ଯାହାର ମୂଲ୍ୟ ପାଖାପାଖି ୧କୋଟି ଟଙ୍କା। ଆମେରିକାର ପ୍ରତି ବ୍ୟକ୍ତିଙ୍କ ମୋଟ ଘରୋଇ ଉତ୍ପାଦ(ଜିଡିପି) ୫୪, ୪୪୦, ୯୦ ବା ୩୯.୦୩ଲକ୍ଷ।
ସୂଚନା ଅନୁସାରେ, ଟ୍ରମ୍ପ ତାଙ୍କର ସମ୍ପୂର୍ଣ୍ଣ ଦରମା ଦାନ କରିଦେଇଥାନ୍ତି। କାରଣ ଏନେଇ ସେ ରାଷ୍ଟ୍ରପତି ହେବା ପୂର୍ବରୁ ଆମେରିକୀୟମାନଙ୍କୁ କଥା ଦେଇଥିଲେ।

୫. ସ୍କଟ ମୋରିସନ
ପଦ – ପ୍ରଧାନମନ୍ତ୍ରୀ (ଅଷ୍ଟ୍ରେଲିଆ)
ବାର୍ଷିକ ବେତନ – ୩,୭୮, ୪୧୫ ଆମେରିକୀୟ ଡଲାର (ପାଖାପାଖି ୨.୭୧କୋଟି ଟଙ୍କା)
ଏହି ଦେଶରେ ପ୍ରତି ବ୍ୟକ୍ତିଙ୍କର ମୋଟ ଘରୋଇ ଉତ୍ପାଦ(ଜିଡିପି) – ୪୬, ୫୫୪, ୬୩ ଆମେରିକୀୟ ଡଲାର। ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୩୩.୩୮ଲକ୍ଷ।

pic courtesy-DW

୬. ଆଞ୍ଜେଲା ମର୍କେଲ
ପଦ – ଚାନସେଲର ( ଜର୍ମାନୀ)
ବାର୍ଷିକ ଦରମା – ୩,୬୯, ୭୨୭ ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ୨.୬୫କୋଟି ଟଙ୍କା।
ଦେଶର ପ୍ରତି ବ୍ରକ୍ତିଙ୍କର ମୋଟ ଘରୋଇ ଉତ୍ପାଦ – ୪୬, ୭୧୯.୨୯ଆମେରିକୀୟ ଡଲାର। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ୩୩.୫୦ଲକ୍ଷ ଟଙ୍କା।
ଆଞ୍ଜେଲା ମର୍କେଲ ବିଶ୍ବର ସବୁଠାରୁ ଶକ୍ତିଶାଳୀ ମହିଳା ଭାବରେ ବେଶ୍ ଜଣାଶୁଣା। ସେ ୨୦୦୫ମସିହାରୁ ଜର୍ମାନୀରେ ଚାନସେଲର ପଦରେ ରହିଛନ୍ତି।

pic courtesy-NDTV.com

ସୂଚନା ଅନୁସାରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ଷିକ ୧୯.୯୨ଲକ୍ଷ ଟଙ୍କା ଦରମା ପାଇଥାନ୍ତି। ସେହିଭଳି ଆମ ଦେଶର ରାଷ୍ଟ୍ରପତିଙ୍କୁ ପ୍ରତିମାସରେ ୧.୫୦ଲକ୍ଷ ଟଙ୍କା ଦରମା ବା ଭତ୍ତା ଆକାରରେ ଦିଆଯାଇଥାଏ।
ଭାରତର ପ୍ରତି ବ୍ୟକ୍ତିଙ୍କର ମୋଟ ଘରୋଇ ଉତ୍ପାଦ(ଜିଡିପି) ୨୦୧୯ମାଚ୍ଚ ଅନୁସାରେ ୧.୪୬ଲକ୍ଷ ଟଙ୍କା।

Comments are closed.