ସୂର୍ଯ୍ୟ ପୃଷ୍ଠରେ ରହିଛି ଦାଗ ; ଜାରି ହେଲା ନୂଆ ଫଟୋଗ୍ରାଫ୍ସ

ସୂର୍ଯ୍ୟ ପୃଷ୍ଠର କିଛି ନୂଆ ଫଟୋଗ୍ରାଫ୍ସ ରିଲିଜ୍ ହୋଇଛି। ଏହା ଉପରେ ବୈଜ୍ଞନିକ ମାନେ ଗବେଷଣା ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ସୂର୍ଯ୍ୟଙ୍କ ବାତ୍ତାବରଣ ଅପେକ୍ଷାକୃତ ଅଧିକ ଜଟିଳ। ଏହି  ନୂଆ ଫଟୋଗ୍ରାଫ୍ସ ଗୁଡିକ ହାଇ ରିଜୋଲ୍ୟୁସନ୍ କରୋନାଲ୍ ଇମେଜର୍ ଟେଲିସ୍କୋପ୍ ରେ ନିଆଯାଇଛି। ଯାହା ଦ୍ବାରା ସୂର୍ଯ୍ୟ ପୃଷ୍ଠର ବାୟୁମଣ୍ଡଳ ବିଷୟରେ ତଥ୍ୟ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୂର୍ଯ୍ୟ ପୃଷ୍ଠର ବାୟୁମଣ୍ଡଳ ବିଷୟରେ ମିଳିଥିବା ତଥ୍ୟ ଅପେକ୍ଷା ଅଧିକ କଷ୍ଟସାଧ୍ୟ ଦେଖାଯାଉଛି ବୋଲି ବୈଜ୍ଞାନିକମାନେ ଏହି ଫଟୋଗ୍ରାଫ୍ସରୁ ଅନୁଧ୍ୟାନ କରି କହିଛନ୍ତି।

ବ୍ରିଟେନର ସେଣ୍ଟ୍ରାଲ ଲାନକାଶିର୍ ୟୁନିଭରସିଟି ଏବଂ ନାସାର ମାର୍ଶଲ ସ୍ପେସ୍ ଫ୍ଲାଇଟ୍ ସେଣ୍ଟରର ବେଜ୍ଞାନିକମାନେ ଏହି ଫଟୋଗୁଡ଼ିକର ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ଯେ, ସୂର୍ଯ୍ୟ ପୃଷ୍ଠରେ ଦାଗ ଏବଂ ଗରମ ପ୍ଲାଜମା ପରି ତନ୍ତୁ ରହିଛି। ପ୍ରତ୍ୟେକ ତନ୍ତୁର ତାପମାତ୍ରା ୧.୮ ମିଲିୟନ୍ ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ରହଛି। ପ୍ରତ୍ୟେକ ତନ୍ତୁ ୫୦୦ କିମିରୁ ବଡ। ଏହି ବାୟୁମଣ୍ଡଳରେ ଗ୍ୟାସ ପରିପୂର୍ଣ୍ଣ ହୋଇ ରହିଛି।

ନାସା ଏହି ଟେଲିସ୍କୋପ ସୂର୍ଯ୍ୟର ୪୩ ମାଇଲ ଦୂରରେ ଥିବା ବାୟୁମଣ୍ଡଳର ଚିତ୍ର ଉଠାଇବାରେ ସକ୍ଷମ ହୋଇଥିଲା। ଏହା ସୂର୍ଯ୍ୟର ମୋଟ ଆକାରର ୦.୦୧ ପ୍ରତିଶତ। ଏହି ଟେଲିସ୍କୋପକୁ ରକେଟ୍ ଦ୍ୱାରା ମହାକାଶକୁ ପଠାଯାଇଥିଲା |

ଏହା ବୈଜ୍ଞାନିକମାନଙ୍କୁ କିଛି ନୂଆ ଆବିଷ୍କାରରେ ସାହାଯ୍ୟ କରିବ। ସୌର କିରଣ ଏବଂ ସୌର ବିସ୍ଫୋରଣ ବିଷୟରେ ମଧ୍ୟ ତଥ୍ୟ ମିଳି ପାରିବ। ସୂର୍ଯ୍ୟ କିରଣ କପରି ଓ କାହିଁକି ସୃଷ୍ଟି ହୁଏ, ମାନବ ଜୀବନ ଉପରେ ଏହାର କି ପ୍ରଭାବ ପଡେ ତାହା ଜାଣିବାକୁ ବୈଜ୍ଞାନିକମାନେ ଚେଷ୍ଟା କରିବେ।

Comments are closed.