କଟକରେ ସବୁଠୁ ଅଧିକ ଭିକାରି

ଭୁବନେଶ୍ବର: ଓଡିଶାରେ ସୁବଠାରୁ ଅଧିକ ଭିକାରି କଟକ ସହରରେ ଚିହ୍ନଟ କରାଯାଇଛି। ମୋଟ ରାଜ୍ୟରେ ୫ ହଜାର ୯୫୦ ଭିକାରି ଥିବା ବେଳେ କେବଳ କଟକ ସହରରେ ୧୦୬୦ ଜଣ ଭିକାରି ରହିଛନ୍ତି। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଗଞ୍ଜାମ, ତୃତୀୟରେ ମୟୁରଭଞ୍ଜ, ଚତୁର୍ଥରେ ସୁନ୍ଦରଗଡ ଏବଂ ପଞ୍ଚମରେ ପର୍ଯ୍ୟଟକ ସହର ପୁରୀ ରହିଛି। ଗଂଜାମରେ ୫୪୫ ଜଣ, ମୟୁରଭଞ୍ଜରେ ୪୮୫, ସୁନ୍ଦରଗଡରେ ୪୨୩ ଏବଂ ପୁରୀରେ ୩୬୬ ଜଣ ଭିକାରି ରହିଥିବା ଚହ୍ନଟ କରାଯାଇଛି। ଏନେଇ ଶନିବାର ବିଧାନସଭା ଗୃହର ପ୍ରଶ୍ନକାଳରେ ଲିଖିତ ଆକାରରେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

Comments are closed.