‘ମୋ ସରକାର’ରେ ଉଚ୍ଚଶିକ୍ଷା ବିଭାଗ ସାମିଲ

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଗୁରୁବାର ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ଉଚ୍ଚଶିକ୍ଷା ବିଭାଗରେ ୫-ଟିର କାର୍ଯ୍ୟକାରିତା ପାଇଁ ୧୭ ସୂତ୍ରୀ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଆକ୍ସନ ପ୍ଲାନ୍‌କୁ ଯୋଜନା ଓ ସମନ୍ବୟ ବିଭାଗକୁ ପଠାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

‘ମୋ ସରକାର’ରେ ଉଚ୍ଚଶିକ୍ଷା ବିଭାଗବିଭାଗ ସାମିଲ ହେବା ପରେ ଢାଞ୍ଚାରେ ଅନେକ ପରିବର୍ତ୍ତନ ଆସିବ। ଶିକ୍ଷକମାନଙ୍କ କାର୍ଯ୍ୟ ସମୟ ୭ ଘଣ୍ଟା ବାଧ୍ୟତାମୂଳକ କରାଯିବ। ଏହା ସହିତ ନୋଡାଲ ଅଫିସରଙ୍କୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ନିଯୁକ୍ତି ପ୍ରଦାନ କରିଛି। ‘ମୋ ସ୍କୁଲ’ ଭଳି କଲେଜରେ ମଧ୍ୟ ‘ମୋ କଲେଜ’ ମଞ୍ଚ ଖୋଲିବ। ୭୫% ଉପସ୍ଥାନ ନ ଥିଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେନି। ଠିକ୍ ସେହପରି ମେଧାବୀ ହେଲେ ମଧ୍ୟ ଧନୀ ଛାତ୍ରଛାତ୍ରୀମାନଙ୍କୁ ଲାପ୍‌ଟପ୍‌ ଦିଆଯିବ ନାହିଁ। ସାମ୍‌ସ ଏବଂ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ମତାମତ ପଠାଇପାରିବେ। ଉଚ୍ଚଶିକ୍ଷା ବିଭାଗରେ ମେଧାବୃତ୍ତି ପରିଷଦ ଗଠନ ପାଇଁ ନିଷ୍ପତ୍ତି ହୋଇଛି । ପ୍ରତିଷ୍ଠିତ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ୟାରିଅର କାଉନ୍‌ସେଲିଂ ସେଲ୍ ଖୋଲାଯିବ। ସର୍ବଭାରତୀୟ ପରୀକ୍ଷା ପାଇଁ ପିଲାଙ୍କୁ ଓଡ଼ିଶା ବାହାରେ ତାଲିମ ସୁବିଧା ଯୋଗାଇ ଦିଆଯିବ।

Comments are closed.