ଆଜିଠୁ ହାଇକୋର୍ଟ ଦୁର୍ଗା ପୂଜା ଅବକାଶ

0

କଟକ : ଓଡିଶା ହାଇକୋର୍ଟର ଦୁର୍ଗାପୂଜା ଅବକାଶ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ୨୫ରେ କୋର୍ଟ ଖୋଲିବ। ଏହି ଛୁଟି ସମୟରେ ୧୩ ଅକ୍ଟୋବରଠାରୁ ୧୯ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ସଞ୍ଜୁ ପଣ୍ଡା, ୨୦ରୁ ୨୨ ପର୍ଯ୍ୟନ୍ତ ଜଷ୍ଟିସ ଏସ କେ ମିଶ୍ର, ୨୩ରୁ ୨୪ତାରିଖ ପର୍ଯ୍ୟନ୍ତ ଜଷ୍ଟିସ କୃଷ୍ଣରାମ ମହାପାତ୍ର ଅବକାଶକାଳୀନ ଖଣ୍ଡପୀଠ ଦାୟିତ୍ୱ ତୁଲାଇବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ନୋଟିସରେ ସୂଚନା ଦିଆଯାଇଛି। ଏହି ଛୁଟି ସମୟରେ କେବଳ ଜରୁରୀ ମାମଲା ବିଚାର ହେବ। ଅକ୍ଟୋବର ୧୫ ତାରିଖ, ୨୨ ଓ ୨୩ ତାରିଖ କାର୍ଯ୍ୟ ଦିବସର ୧୧ଟାଠାରୁ ୧୨ପର୍ଯ୍ୟନ୍ତ ମାମଲା ଦାୟର ହୋଇପାରିବ।

Leave A Reply