ହାଇକୋର୍ଟଙ୍କ ନିର୍ଦେଶ; ଆରଟିଓରେ ଥଇଥାନ ହେବେ ଏଜେଣ୍ଟ

କଟକ: ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରୁ ଦଲାଲମାନଙ୍କୁ ହଟାଯିବା ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିବା ପରେ ଗୁରୁବାର ଏ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଏଜେଣ୍ଟମାନେ ଆରଟିଓ ପରିସରରେ ବସିବା ଲାଗି କରିଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପଟେ ଏଜେଣ୍ଟମାନଙ୍କୁ ଯଥାସମ୍ଭବ ଥଇଥାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆରଟିଓରେ କେତେ ଏଜେଣ୍ଟ କାମ କରୁଛନ୍ତି ସେ ନେଇ ଜଣାଇବାକୁ ମଧ୍ୟ ହାଇକୋର୍ଟ ନିର୍ଦେଶ ଜାରି କରିଛନ୍ତି। ୬ସପ୍ତାହ ମଧ୍ୟରେ ଏଜେଣ୍ଟଙ୍କ ସଂଖ୍ୟା ବିଷୟରେ ଅବଗତ କରିବାକୁ ପରିବହନ ସଚିବଙ୍କୁ ନିର୍ଦେଶ ମିଳିଛି। ପ୍ରସ୍ତାବିତ କିଓସ୍କରେ ଏଜେଣ୍ଟମାନଙ୍କୁ ଯଥାସମ୍ଭବ ନିଯୁକ୍ତି ଦେବାକୁ ହାଇକୋର୍ଟ କହିଛନ୍ତି। ସମସ୍ତ ପ୍ରକ୍ରିୟା ୨ମାସ ମଧ୍ୟରେ ସାରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆରଟିଓ ପରିସରରେ ଦଲାଲମାନେ ସକ୍ରିୟ ହେବାରୁ ନିକଟରେ ରାଜ୍ୟ ସରକାର ସେମାନଙ୍କୁ ଉଚ୍ଛେଦ କରିଥିଲେ। ରାଜ୍ୟର ସମସ୍ତ ଆରଟିଓ ଅଫିସ ପରିସରରୁ ଦଲାଲମାନଙ୍କ ଚାଳିକୁ ଭାଙ୍ଗିଦିଆଯାଇଥିଲା।

Comments are closed.