୨୨କୁ ଘୁଞ୍ଚିଲା ଘରୋଇ ସ୍କୁଲ ଫି’ ମାମଲା

କଟକ: ଆଜି ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାର ଶୁଣାଣି ଧାର୍ଯ୍ୟ ହୋଇଥିଲା। ତେବେ ହାଇକୋର୍ଟରେ  ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି। ଆପୋସ ଆଲୋଚନା କରି ଫି’ ନିର୍ଦ୍ଧାରଣ କରିବାକୁ କହିଥିଲେ ହାଇକୋର୍ଟ। ଆଲୋଚନାର ନିର୍ଯ୍ୟାସ କୋର୍ଟରେ ଜଣାଇବାକୁ କହିଥିଲେ।
ରାଜ୍ୟରେ ବେସରକାରୀ ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗରେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ତାଙ୍କ ରାୟ ସେପ୍ଟେମ୍ବର ୧ରେ ଶୁଣାଇଥିଲେ। ଏହି ମାମଲାରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ହାଇକୋର୍ଟ ତାଙ୍କ ରାୟରେ ଗୁରୁତ୍ବ ଦେଇଥିଲେ। ଏହି ଘଟଣାରେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅଭିଭାବକ, ଶିକ୍ଷକ ଓ ବେସରକାରୀ ସ୍କୁଲ ପ୍ରତିନିଧିଙ୍କୁ ନେଇ ବୈଠକ କରି ଆପୋସ ସମାଧାନ କରିବାକୁ ହାଇକୋର୍ଟ କହିଥିଲେ। ଏଥି ସହିତ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଅଭିଭାବକ, ଶିକ୍ଷକ ଓ ବେସରକାରୀ ସ୍କୁଲ ପ୍ରତିନିଧିଙ୍କୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବୈଠକ କରିଥିଲେ। ଏହି ବୈଠକରେ ସମସ୍ତଙ୍କ ସହମତିରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ସେହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ସୂଚନାଯୋଗ୍ୟ ବେସରକାରୀ ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗରେ ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା।

Comments are closed.