ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ : ଆଜି ଦ୍ବିପ୍ରହର ୨ଟାରେ ବସିବ ବାର ଆକ୍ସନ କମିଟି ବୈଠକ

କଟକ : ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଦିନ ୨ଟା ସମୟରେ ବାର ଆକ୍ସନ କମିଟି ବୈଠକ ବସିବ। ଏହି ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏହି ବୈଠକରେ ସର୍ବୋଚ୍ଚ ଅଦାଲତଙ୍କ ନିଦ୍ଦେଶନାମା ଉପରେ ଆଲୋଚନା ହେବ ବୋଲି ଜଣାପଡିଛି।

ଗତକାଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଥିଲେ ଯେ, ବିଚାର ବ୍ୟବସ୍ଥାକୁ ଅଚଳ କରାଯିବା ଉଦ୍ୟମକୁ କୌଣସି ପରିସ୍ଥିତିରେ ବି ଗ୍ରହଣ କରାଯିବ ନାହିଁ।

Comments are closed.