ହାଇକୋର୍ଟରେ ପ୍ରଥମ ପ୍ରେସ୍‍ କର୍ଣ୍ଣର ଉଦ୍‍ଘାଟିତ

0

କଲକାତା : ଆଜି ଅର୍ଥାତ୍‍ ମଙ୍ଗଳବାର ହେଉଛି କଲକାତା ହାଇକୋର୍ଟ ଏବଂ ରାଜ୍ୟ ବିଚାର ବିଭାଗ କ୍ଷେତ୍ରରେ ଏକ ବିଶେଷ ଉଲ୍ଲେଖନୀୟ ଦିବସ। ଭାରତର ଏହି ପ୍ରାଚୀନ ଉଚ୍ଚ ନ୍ୟାୟାଳୟରେ ପ୍ରଥମଥର ପାଇଁ ସାମ୍ବାଦିକଙ୍କ କାର୍ଯ୍ୟ ଓ ଅଧିକାର ପ୍ରତିଷ୍ଠାଗତ ସ୍ୱୀକୃତି ପାଇବାରେ ସକ୍ଷମ ହୋଇଛି। ଶତବାର୍ଷିକୀ ଭବନଠାରେ ଏହି ଶୀତତାପ ନିୟନ୍ତ୍ରିତ ପ୍ରେସ୍‍ କର୍ଣ୍ଣରକୁ ମୁଖ୍ୟ ବିଚାରପତି ଦେବାଶିଷ କରଗୁପ୍ତ ଉଦ୍‍ଘାଟନ କରିଛନ୍ତି। ବିଚାରପତି ବିଶ୍ୱନାଥ ସମ୍ମାଦାର, ବିଚାରପତି ଦୀପଙ୍କର ଦତ୍ତ, ବିଚାରପତି ସଞ୍ଜିବ ବାନାର୍ଜୀ, ବିଚାରପତି ସମାପ୍ତି ଚାଟ୍ଟାର୍ଜୀ, ବିଚାରପତି ସମ୍ପା ସରକାରଙ୍କ ସହ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ।
ପ୍ରେସ୍‍ କର୍ଣ୍ଣରକୁ ଉଦ୍‍ଘାଟନ କରି ମୁଖ୍ୟ ବିଚାରପତି ଦେବାଶିଷ କରଗୁପ୍ତ କହିଥିଲେ ଯେ ‘ଏହା ସମ୍ବାଦିକମାନଙ୍କ ନ୍ୟାଯ୍ୟ ଅଧିକାର, ଯାହାକି ଆଜି ସମ୍ଭବ ହୋଇଛି।’

Leave A Reply