୧୫ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅଧିକ କରୋନା ସଂକ୍ରମିତ

ମୁତୟନ ହେଲେ କେନ୍ଦ୍ରୀୟ ଟିମ୍‍

ନୂଆଦିଲ୍ଲୀ :  ଦେଶର ଯେଉଁ ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅଧିକ ଲୋକ କୋଭିଡ୍‍ -୧୯ରେ ସଂକ୍ରମିତ ହୋଇଛନ୍ତି। କେନ୍ଦ୍ର ସରକାର ସେହିସବୁ ରାଜ୍ୟଗୁଡ଼ିକରେ କେନ୍ଦ୍ରୀୟ ଟିମ୍‍ ମୁତୟନ କରିଛନ୍ତି। ସେହି ଟିମ୍‍ଗୁଡ଼ିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ କୋଭିଡ୍‍-୧୯ ମୁକାବିଲା କ୍ଷେତ୍ରରେ ବୈଷୟିକ ସହାୟତା ଯୋଗାଇବେ।
ସେହି ଟିମ୍‍ଗୁଡ଼ିକୁ ମହାରାଷ୍ଟ୍ର, ତେଲଙ୍ଗନା, ତାମିଲନାଡୁ, ରାଜସ୍ଥାନ,ଆସାମ, ହରିଆଣା, ଗୁଜରାଟ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗ, ଦିଲ୍ଲୀ, ବିହାର, ଉତ୍ତର ପ୍ରଦେଶ ଏବଂ ଓଡ଼ିଶାରେ ମୁତୟନ କରାଯାଇଛି। ନମୁନା ପରୀକ୍ଷାରେ ଥିବା ଅସୁବିଧାଗୁଡ଼ିକର ଦୂରିକରିବା, କମ୍‍ ପରୀକ୍ଷା ହେଉଥିବା ସମସ୍ୟାର ସମାଧାନ, ଅଧିକ ହାରର ସଂକ୍ରମଣ ରୋକିବା, ଶଯ୍ୟା ଅଭାବର ଦୂରକରିବା, ମୃତ୍ୟୁହାର କମ୍‍ କରିବା,ସଂକ୍ରମଣ ଦ୍ୱିଗୁଣିତ ହାର କମ୍‍ କରିବା ଓ ସଂକ୍ରମିତ ଲୋକଙ୍କ ସଂଖ୍ୟାରେ
ଦ୍ରୁତ ବୃଦ୍ଧିକୁ ରୋକିବା ଭଳି କାର୍ଯ୍ୟରେ ସେମାନେ ସହାୟତା କରୁଛନ୍ତି।
ଦେଶର ବହୁ ଜିଲ୍ଲା ଓ ପୌରପାଳିକା କେନ୍ଦ୍ରୀୟ ଟିମ୍‍ଗୁଡ଼ିକ ସହ ସମନ୍ୱୟରେ କାର୍ଯ୍ୟ କରିବା ପାଇଁ ନିଜର ଟିମ୍‍ମାନ ଗଠନ
କରିସାରିଲେଣି।

Comments are closed.