କୋଲକାତାରେ ହାଇଡ୍ରାମା- ସିବିଆଇ ବନାମ ରାଜ୍ୟପୁଲିସ, ଧାରଣାରେ ବସିଲେ ମମତା

0

କୋଲକତା.- କୋଲକତାରେ ରବିବାର ସନ୍ଧ୍ୟାରେ ହାଇଡ୍ରାମା ଦେଖିବାକୁ ମିଳିଛି ।  ପଶ୍ଚିମବଙ୍ଗ ପୁଲିସ ଓ ସିବିଆଇ ମଧ୍ୟରେ ମୁହାଁ ମହିଁ  ହୋଇଛନ୍ତି ।  ଶାରଦା ଚିଟ୍‌ ଫଣ୍ଡ ମାମଲାରେ ପଶ୍ଚିମବଙ୍ଗ ପୁଲିସ କମିଶନର ରାଜୀବ କୁମାରଙ୍କୁ ପଚାରଉଚରା କରିବାକୁ ଯାଇଥିବା ସିବିଆଇ ତଦନ୍ତକାରୀ ଦଳକୁ ପଶ୍ଚିମବଙ୍ଗ ପୁଲିସ ପକ୍ଷରୁ ଅଟକ ରଖାଯାଇଥିଲା । ୪ ଜଣ ଅଧିକାରୀଙ୍କ ସହ ସିବିଆଇ ଅଧିକାରୀ ଯାଇଥିବା ଗାଡିର ଚାଳକକୁ ପଶ୍ଚିମବଙ୍ଗ ପୁଲିସ ଅଟକ ରଖିଥିଲା ପରେ ସେମାନଙ୍କୁ ଛାଡିଦିଆଯାଇଥିଲା । ସେଠାରେ ଏକ ପ୍ରକାରର ସାମ୍ବିଧାନିକ ସଙ୍କଟ ଦେଖା ଦେଇଥିବା ଆଲୋଚନା ହେଉଛି । ଭାରତର ଇତିହାସର ଏହା ଏକ ପ୍ରକାରର ପ୍ରଥମ ଘଟଣା । ତଦନ୍ତ କରିବାକୁ ଯାଇଥିବା ସିବିଆଇ ଦଳକୁ ରାଜ୍ୟ ପୁଲିସ  ଜୋର ଜବରଦସ୍ତ ଅଟକ ରଖିଥିଲା । ଏହାପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତା ସ୍ଥିତ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ସନ୍ଧ୍ୟାରେ ପୁଲିସ କମିଶନର ରାଜୀବ କୁମାରଙ୍କୁ ତାଙ୍କ ବାସ ଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିଛନ୍ତି । ଏହାପରେ ସେ ଗଣ ମାଧ୍ୟମର ପ୍ରତିନିଧିମାନଙ୍କୁ ଭେଟିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅମିତ ଶାହା ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କ ଉପରେ ବର୍ଷିଛନ୍ତି । ମୋଦୀ ଓ ଶାହଙ୍କ ନିର୍ଦେଶରେ ଡୋଭଲ ସିବିଆଇ ଓ ଅନ୍ୟ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ବ୍ୟବହାର କରୁଥିବା ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ଦେଶରେ ଜରୁରୀ କାଳୀନ ପରିସ୍ଥିତି ଠାରୁ ଆହୁରି ଖରାପ ପରିସ୍ଥିତି ସୃଷ୍ଟି ସୃଷ୍ଟି ହୋଇଥିବା କଥା ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ।

କୋଲକାତାରେ ଥିବା ସିବିଆଇ କାର୍ଯ୍ୟାଳୟ ବାହାରେ  ପଶ୍ଚିମବଙ୍ଗ ପୁଲିସ ଘେରାଉ କରି ରଖିଛି । ପଶ୍ଚିମବଙ୍ଗ ପୁଲିସ ସିବିଆଇର ଜରୁରୀ କାଗଜ ପତ୍ର ନଷ୍ଟ କରିପାରେ ବୋଲି ସିବିଆଇ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।

ପଶ୍ଚିମବଙ୍ଗରରେ ଶାରଦା ଚିଟଫଣ୍ଡର ତଦନ୍ତ ସବିଆଇ କରୁଛି ।  ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ସିବିଆଇ ଏହାର ତଦନ୍ତ କରୁଛି ।  ଏହାର ତଦନ୍ତ ପରିସରରେ କୋଲକତାର ପୁଲିସ କମିଶନର ରାଜୀବ କୁମାର ଆସୁଥିବା କଥା ସିବିଆଇ କହିଛି । ସିବିଆଇର ଟିମ୍‌ ରାଜୀବ ଶୁକ୍ଳାଙ୍କୁ ପଚରା ଉଚରା କରିବା ପାଇଁ ତାଙ୍କ ସରକାରୀ ବାସ ଭବନ ନିକଟରେ  ପହଞ୍ଚିଥିଲା । ଏହାପରେ ପୁଲିସ  ସିବିଆଇ ଅଧିକାରୀମାନଙ୍କୁ   ଥାନାକୁ ନେଇଯାଇଥିଲା  । ସନ୍ଧ୍ୟା ୯ ଟା ବେଳେ ସିବିଆଇ କାର୍ଯ୍ୟାଳୟକୁ ଜଗିବା ପାଇଁ ସିଆର୍‌ପିଏଫ୍‌ ମୁତୟନ କରାଯାଇଛି ।

Leave A Reply