ଜାନୁଆରୀ ୩୧ରେ ହାଇକୋର୍ଟ ଛୁଟି

କଟକ : ଆସନ୍ତା ୩୧ ତାରିଖ ଦିନ ହାଇକୋର୍ଟ ଛୁଟି ରହିବ। ସରସ୍ବତୀ ପୂଜା ପରଦିନ ଜାନୁଆରୀ ୩୧ ତାରିଖକୁ ହାଇକୋର୍ଟ ପକ୍ଷରୁ ଛୁଟି ଦିନ ଭାବେ ଘୋଷଣା କରାଯାଇଛି। ବୁଧବାର ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶୁକ୍ରବାର ଛୁଟି ଘୋଷଣା କରାଯାଇଥିବା ବେଳେ ବଦଳରେ ୨୦୨୦, ନଭେମ୍ବର ୭ ତାରିଖ ଶନିବାର ଦିନକୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜାନୁଆରୀ ୩୦ ତାରିଖ ଦିନ ସରସ୍ବତୀ ପୂଜା ପାଇଁ ହାଇକୋର୍ଟ ଛୁଟି ଥିଲା। ସରସ୍ବତୀ ପୂଜା ପରଦିନକୁ ଛୁଟି ଭାବେ ଘୋଷଣା ପାଇଁ ଆଇନଜୀବୀମାନେ ଅନୁରୋଧ କରିଥିଲେ। ଏହା ପରେ ଜାନୁଆରୀ ୩୧ ତାରିଖକୁ ହାଇକୋର୍ଟ ଛୁଟି ଭାବେ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଫେବ୍ରୁଆରୀ ୧ ଶନିବାର ଓ ୨ ରବିବାର ପଡୁଥିବା ବେଳେ ଜାନୁଆରୀ ୩୧ ତାରିଖ ଛୁଟି ଘୋଷଣା ପରେ ହାଇକୋର୍ଟ ଏବେ ଚାରି ଦିନ ଛୁଟି ରହିବ।

Comments are closed.