ଆଜିଠାରୁ ହାଇକୋର୍ଟର ସମସ୍ତ କୋର୍ଟ ବର୍ଜନ କରିବ ବାର ଆସୋସିଏସନ

କଲେଜିୟମ ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ, ବୁଧବାର ପର୍ଯ୍ୟନ୍ତ ସମସ୍ତ କୋର୍ଟ ବର୍ଜନ

କଟକ : ଆଉ କେବଳ ମୁଖ୍ୟ ବିଚାରପତିଙ୍କ କୋର୍ଟ ନୁହେ, ଏଥର ହାଇକୋର୍ଟର ସମସ୍ତ କୋର୍ଟକୁ ବର୍ଜନ କରିବା ପାଇଁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ସୋମବାର ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ଓ ବୁଧବାର ୨ଦିନ ପର୍ଯ୍ୟନ୍ତ ସମସ୍ତ କୋର୍ଟକୁ ବର୍ଜନ କରିବା ପାଇଁ ଆଇନଜୀବୀମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସୋମବାର ବାର ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ ବିଚାରପତି ନିଯୁକ୍ତିକୁ ନେଇ କଲେଜିୟମ ସୁପାରିଶକୁ ବନ୍ଦ କରାଯାଇ ନ୍ୟାସନାଲ ଜୁଡିସିଆଲ  ଆପଏଣ୍ଟମେଣ୍ଟ କମିସନ (ଏନଜେଏସି) ମାଧ୍ୟମରେ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରାଯାଇଛି। କଲେଜିୟମ ନିଷ୍ପତ୍ତିକୁ ପ୍ରତିବାଦ କରି ଆଜି ଏକ କମିଟି ଗଠନ କରାଯିବ। ଏହି କମିଟି ଜାତୀୟସ୍ତରରେ ରାଜନୈତିକ ଦଳର ନେତାମାନଙ୍କୁ ଭେଟିବା ସହ ରାଷ୍ଟ୍ରପତିକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ବାର ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି। ତେବେ ବୁଧବାର ସାଧାରଣ ପରିଷଦ ବୈଠକ ବସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସଭାପତି କହିଛନ୍ତି।

Comments are closed.