ଶୁକ୍ରବାର ହେବ ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକ

0

କଟକ: ଓକିଲ-ପୁଲିସ ବିବାଦକୁ ନେଇ ଦୀର୍ଘ ଦିନ ଧରି ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଗୁରୁବାର ମିଳିତ ବାର୍ ଆସୋସିଏସନ ବୈଠକ ଶେଷ ହୋଇଛି । ଯାହା ହାଇକୋର୍ଟ ବାର ନିଷ୍ପତ୍ତି ନେବ ତାହାକୁ ଅନ୍ୟ ସମସ୍ତ ବାର ପ୍ରତିନିଧି ଗ୍ରହଣ କରିବେ ବୋଲି ମିଳିତ ବାର୍ ଆସୋସିଏସନ ବୈଠକରେ ନିଷ୍ପତ୍ତି ହୋଇଛି । ଶୁକ୍ରବାର ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ । ବୈଠକର ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ବାର୍ ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କଟକରେ ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣାରେ ସମ୍ପୃକ୍ତ ସମସ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ ଦାବିରେ ଦୀର୍ଘ ଦୁଇ ମାସ ଧରି ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି ।

Leave A Reply