ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: କିଛି ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ନେଇ ଗୁଇନ୍ଦା ସୂଚନା ପରେ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲର୍ଟ। ପୁଲିସ ସହ ସ୍ବତନ୍ତ୍ର ସୁରକ୍ଷା କର୍ମୀମାନଙ୍କୁ ସଜାଗ ରହିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

 ଦିଲ୍ଲୀର ସମସ୍ତ ଗେଷ୍ଟ ହାଉସ୍, ହୋଟେଲ ଏବଂ କଶ୍ମୀର ନମ୍ବର ଗାଡିକୁ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଦିଲ୍ଲୀର ସମସ୍ତ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଦିଲ୍ଲୀ ଭିତରକୁ ପ୍ରବେଶ କରିବା ପାଇଁ ଥିବା ସମସ୍ତ ଜାଗାରେ ସୁରକ୍ଷା ଅଧିକାରୀ ବଢ଼ାଇ ଦିଆ ଯାଇଛି। ଜମ୍ମୁ କଶ୍ମୀରର ୪-୫ ଆତଙ୍କବାଦୀ ଟ୍ରକରେ ଲୁଚି ଦିଲ୍ଲୀ ମୁହାଁ ହୋଇଥିବା ଗୁଇନ୍ଦା ସୂଚନା ଦେଇଛି। 

Comments are closed.