ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା

ଅଯୋଧ୍ୟା : ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏଠାରେ ହାଇଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ଆକ୍ରମଣରୁ ସୁରକ୍ଷା ଲାଗି ବ୍ୟାପକ ସୁରକ୍ଷାବାହିନୀ ମୁତୟନ କରାଯାଇଛି । ଏପରିକି ଗୁଇନ୍ଦା ଅଧିକାରୀମାନେ ସାଦା ପୋଷାକରେ ପଇଁତରା ମାରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ‌ ଥିବା ସମସ୍ତ ହୋଟେଲ, ରେସ୍ତୋରାଁ ଏବଂ ରେଳଷ୍ଟେସନରେ କଡ଼ା ଯାଞ୍ଚ କରାଯାଉଛି । ପୁଲିସ ସମସ୍ତ ଗିତିବିଧି ଉପରେ କଡ଼ା ଦୃଷ୍ଟି ରଖିଛି ବୋଲି ଏସ୍‌ପି ଅନୀଲ କୁମାର ସିସୋଡିଆ କହିଛନ୍ତି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ତାଙ୍କ ଦଳର ସାଂସଦମାନଙ୍କ ସହିତ ରବିବାର ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ୨୦୦୫ରେ ରାମଜନ୍ମଭୂମି ଉପରେ ହୋଇଥିବା ଆକ୍ରମଣ ମାମଲାର ଶୁଣାଣି ଜୁନ ୧୮ ତାରିଖରେ ହେବାକୁ ଥିବାରୁ ଏଥିନେଇ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି ।

Comments are closed.