ଜୱାଦ ପ୍ରଭାବରେ ଲାଗିରହିଛି ବର୍ଷା; ଖଲିକୋଟରେ ସର୍ବାଧିକ ୧୫୮ ମିଲିମିଟର

ଭୁବନେଶ୍ୱର: ବାତ୍ୟା ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମର ଖଲିକୋଟରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ନୟାଗଡରେ ୧୦୭.୫ ମିଲିମିଟର, ଗଞ୍ଜାମର ଛତ୍ରପୁରରେ ୮୬.୬ ମିଲିମିଟର, ଖୋର୍ଦ୍ଧାର ବାଣପୁରରେ ୮୧ ମିଲିମିଟର, ଗଞ୍ଜାମର ପୋଲସରାରେ ୭୧.୮ ମିଲିମିଟର ବର୍ଷା ହୋଇଛି । ଅନୁରୂପ ଭାବରେ ଗଞ୍ଜାମ ଜିଲାର କୋଦଳାରେ ୭୧.୪ ମିଲିମିଟର, ଗଞ୍ଜାମରେ ୬୮ ମିଲିମିଟର, ଜଗତସିଂହପୁର ଜିଲାର ଏରସମାରେ ୬୮ ମିଲିମିଟର ଏବଂ କେନ୍ଦ୍ରାପଡା ଜିଲା ରାଜନଗର ଅଞ୍ଚଳରେ ୬୫ ମିଲିମିଟର, ଭୁବନେଶ୍ୱରରେ ୪୨.୩ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.