ହାକୁଡି ବନ୍ଦ କରିବାର ସହଜ ଉପାୟ

0

ହିଚ୍କି ବା ହାକୁଡି ହେବା ଏକ ସାଧାରଣ କଥା । ଜଲଦି ଜଲଦି ଖାଇବା, ଅଧିକ ରାଗ ଖାଇବା ବା ଖାଇବା ସମୟରେ କଥାବର୍ତ୍ତା କରିବା ବେଳେ ହାକୁଡି ଆସିଥାଏ । ଏଭଳି ସମସ୍ୟାର ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ ।

ହାକୁଡି ଆସିଲେ ପ୍ରଥମେ ଏକ ଗ୍ଲାସ ଥଣ୍ଡା ପାଣି ପିଅନ୍ତୁ ।
ଆପଣ ଚାହିଁଲେ ଉଷୁମ ପାଣି ମଧ୍ୟ ପିଇ ପାରିବେ ।
ଫାଳେ ଲେମ୍ବୁ ନେଇ ସେଥିରେ ଅଳ୍ପ ଲୁଣ ପକାଇ ପାଟିରେ ଚିପୁଡି ଦିଅନ୍ତୁ । ହାକୁଡି ତୁରନ୍ତ ବନ୍ଦ ହୋଇଯିବ ।
ଉଷୁମ ପାଣିରେ କୁଳି ମଧ୍ୟ କରି ପାରନ୍ତି ।
ଏକ ଲମ୍ବା ପ୍ରଶ୍ବାସ ନେଇ ୧୦ରୁ ୨୦ ସେକେଣ୍ଟ ପର୍ଯ୍ୟନ୍ତ ଧୀରେ ଧୀରେ କରି ଛାଡନ୍ତୁ । ଏହା ଦ୍ବାରା ଉପଶମ ମିଳିବ ।
ଏକ ଚୁଟକି ଚିନି ନେଇ ପାଟିରେ ରଖନ୍ତୁ ଏବଂ ହାକୁଡି ବନ୍ଦ ହୋଇଗଲେ ବାହାର କରି ଦିଅନ୍ତୁ ।
ତୁଳସୀ ଓ ଚିନିର ପାଣି ମଧ୍ୟ ପିଇ ପାରିବେ ।
ବେଲୁନ ଫୁଙ୍କିଲା ଭଳି ମଧ୍ୟ ଚେହେରା କରିବା ଦ୍ବାରା ହାକୁଡି ବନ୍ଦ ହୋଇଥାଏ ବୋଲି କୁହାଯାଏ ।

Leave A Reply