ସର୍ବାଧିକ ଟି-୨୦ ସ୍କୋରର ମାନ୍ୟତା ଫେରିପାଇଲେ ରୈନା

ନୂଆଦିଲ୍ଲୀ : ଗୋଟିଏ ଦିନ ପରେ ସର୍ବାଧିକ ଟ୍ବେଣ୍ଟି-୨୦ ରନ୍‌ ସ୍କୋରର ମାନ୍ୟତା ଫେରି ପାଇଛନ୍ତି ସୁରେଶ ରୈନା। ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟି୨୦ ଫର୍ମାଟରେ ଭାରତୀୟ ଭାବେ ସର୍ବାଧିକ ରନ ସ୍କୋରର ହୋଇଥିଲେ। ଚେନ୍ନଇ ସୁପର କିଙ୍ଗ୍‌ସର ସୁରେଶ ରୈନାକୁ କୋହଲି ଅତିକ୍ରମ କରିଥିଲେ। କୋହଲି ଏପର୍ଯ୍ୟନ୍ତ ୨୫୯ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳି ୮୧୭୫ ରନ ସ୍କୋର କରିଛନ୍ତି। ଦିନକ ପରେ କେକେଆର୍ ବିପକ୍ଷରେ ରୈନା ୫୮ ରନ୍ କରିବାରୁ କୋହଲିଙ୍କୁ ଟପି ଏବେ ୮୨୦୩ ରନ୍‌ରେ ପହଞ୍ଚି ସର୍ବାଧିକ ସ୍କୋରର ହୋଇ ପାରିଛନ୍ତି ।

Comments are closed.