କୋଭିଡ ହସ୍ପିଟାଲ ଯିବାକୁ ବିରୋଧ : ଆଚାର୍ଯ୍ୟ କର୍କଟ କେନ୍ଦ୍ରରେ ଅଭାବନୀୟ ପରିସ୍ଥିତି

କଟକ : ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଶନିବାର ୩୮ଜଣ କରୋନା ରୋଗୀଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିହ୍ନଟ ରୋଗୀମାନେ କୋଭିଡ ହସ୍ପିଟାଲ ଯିବାକୁ ରାଜି ହୋଇନଥିଲେ। ଫଳରେ ଆସିଥିବା ଗାଡି ଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ସେମାନେ ଅଡୁଆରେ ପକାଇଥିଲେ। ସେମାନେ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ କୋଭିଡ ହସ୍ପିଟାଲ ନ ଯାଇ ଏଠାରେ ଚିକିତ୍ସିତ ହେବେ ବୋଲି କହିଥିଲେ। ଏହାକୁ ନେଇ ଗାଡି ଚାଳକ ଓ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ଥାନାନ୍ତର କରିବାକୁ ଉଦ୍ୟମ କଲେ ସେମାନେ ଅନ୍ୟ ରୋଗୀ ଓ ସମ୍ପର୍କୀୟଙ୍କୁ ସଂକ୍ରମିତ କରିବେ ବୋଲି ଧମକ ଦେଇଥିଲେ। ଏହାକୁ ନେଇ ଦୀର୍ଘ ସମୟ ଧରି କୋଭିଡ ଆକ୍ରାନ୍ତ ଓ ଗାଡି ଚାଳକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

Comments are closed.