ଗୁଜରାଟ ଉପକୂଳରୁ ୧୭୫ କୋଟିର ହେରୋଇନ ଜବତ, ୫ ପାକିସ୍ତାନୀ ଗିରଫ

ଅହମ୍ମଦାବାଦ: ଗୁଜରାଟର କଚ୍‌ ଉପକୂଳରୁ ୧୭୫ କୋଟି ଟଙ୍କାର ହେରୋଇନ ଜବତ ହୋଇଛି। ୫ ଜଣ ପାକିସ୍ତାନୀ ଏହି ହେରୋଇନକୁ ଭାରତକୁ ଚାଲାଣ କରିବାକୁ ଯୋଜନା କରିଥିଲେ। ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌(ଏଟିଏସ୍‌) ଏବଂ ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ଏହି ଯୋଜନାକୁ ପଣ୍ଡ କରିଦେଇଛି। ଏକ ମାଛଧରା ଡଙ୍ଗାରେ ଅଣାଯାଉଥିବା ପ୍ରାୟ ୩୫ କିଲୋଗ୍ରାମ ହେରୋଇନକୁ ଏଟିଏସ ଏବଂ ଆଇସିଜି ଜବତ କରିବା ସହିତ ୫ ପାକିସ୍ତାନୀଙ୍କୁ ଗିରଫ କରିଛି। ସେମାନଙ୍କ ନାମ ହେଉଛି ଆନିସ ଇସା ଭଟ୍ଟି(୩୦), ଇସମାଇଲ ମହମ୍ମଦ କଚ୍ଛି(୫୦), ଅଶରଫ୍‌ ଉସ୍‌ମାନ କଚ୍ଛି(୪୨), କରିମ ଅବଦୁଲ୍ଲା କଚ୍ଛି(୩୭) ଓ ଅବୁ ବକର ଅସରଫ ସୁମରା(୫୫)। ଜବତ ହେରୋଇନର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୭୫ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି।

Comments are closed.