୨୫ ଲକ୍ଷର ବ୍ରାଉନସୁଗାର ଜବତ ; ଜଣେ ଗିରଫ 

ଖୋର୍ଦ୍ଧା : ପୁଣି ଧରାପଡ଼ିଲା ଧଳା ଜହର। ଖୋର୍ଦ୍ଧାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ୩୫୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିନ ମୂଲ୍ୟ ୨୫ ଲକ୍ଷରୁ ଅଧିକ ଟଙ୍କାର ହେବ।  ବ୍ରାଉନସୁଗାରକୁ ନେଇ ଡିଲ୍‍ ଚାଲୁଥିବା ବେଳେ ଡ଼ିଲର ଜଣଙ୍କୁ ଗିରଫ କରାଯାଇଛି। ଏହି ବ୍ରାଉନସୁଗାରକୁ ଜଳେଶ୍ୱରରୁ ଆଣି ଖୋର୍ଦ୍ଧା ଜଙ୍କିଆରେ ଡିଲ୍‍ କରାଯାଉଥିବା ବେଳେ ବ୍ରାଉନସୁଗାର ସହ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି।

Comments are closed.