ଚା’ ଦୋକାନରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ; ୨ ଗିରଫ

କଟକ : କଟକ ଜିଲା ଜଗତପୁରରେ ଏକ ଚା’ ଦୋକାନରୁ ମଙ୍ଗଳବାର ବ୍ରାଉନସୁଗାର ଜବତ ହୋଇଥିବା ନେଇ ଖବର ମିଳିଛି। ଜଗତପୁରରେ ଥିବା ଚା’ ଦୋକାନରୁ ପ୍ରାୟ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏହାସହ ସମ୍ପୃକ୍ତ ଘଟଣାରେ ଦୋକାନୀ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଏନେଇ କଟକ ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comments are closed.