୩୦୦ ଗ୍ରାମ ବ୍ରାଉନସୁଗାର ଜବତ ; ଜଣେ ଗିରଫ

ଜଗତସିଂହପୁର : ଜଗତସିଂହପୁର ସଦରଥାନା ତର୍ତ୍ତଙ୍ଗ ଗାଁରେ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଶୁକ୍ରବାର ଜଣାପଡିଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ସଦର ପୁଲିସ ଓ ଅବକାରୀ ବିଭାଗର ଟିମ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଛନ୍ତି। ଗିରଫ ଯୁବକଙ୍କ ଠାରୁ ଗୋଟିଏ ପିସ୍ତଲ ଓ ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି।

 

Comments are closed.