୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ , ଯୁବକ ଗିରଫ

କଟକ : କଟକ ଜିଲା ପୀରବଜାରରୁ ଅବକାରୀ ବିଭାଗ ଚଢାଉ କରି ସୋମବାର ପ୍ରାୟ ୨୭୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସମ୍ପୃକ୍ତ ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି। ବାଇକରେ ଚାଲାଣ ସମୟରେ ଉକ୍ତ ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି।

Comments are closed.