ବ୍ରାଉନ ସୁଗାର ଜବତ, ୨ ଅଟକ

0

ଖୋର୍ଦ୍ଧା : ଅବକାରୀ ବିଭାଗ ପକ୍ଷରୁ ବ୍ରାଉନ ସୁଗାର ଜବତ ହୋଇଛି। ଅବକାରୀ ବିଭାଗ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୋପିନାଥପୁରୁ ମଠସାହିରେ ଚଢାଉ କରି ୨୯୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖା ଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଅଞ୍ଚଳରେ ବ୍ରାଉନ ସୁଗାର କାରବାର ହେଉଥିବାର ଖବର ଅବକାରୀ ବିଭାଗ ପାଇଥିଲେ। ଖବର ପାଇବା ପରେ ଶନିବାର ଭୋର ସମୟରେ କଟକର ଅବକାରୀ ସ୍କ୍ବାର୍ଡ ଓ ଖୋର୍ଦ୍ଧା ଅବକାରୀ ବିଭାଗ ଟାଉନ ଥାନା ଅନ୍ତର୍ଗତ ଗୋପୀନାଥସାହି ମଠସାହିରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ ୨ଜଣ ଯୁବକଙ୍କ ଠାରୁ ୨୯୫ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲେ। ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରିଛି।

Leave A Reply