ବ୍ରାଉନସୁଗାର ଜବତ ; ଜଣେ ଗିରଫ

ଆଳି : କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଆଳିରେ ପତ୍ରପୁର ସେତୁ ନିକଟରେ ବ୍ରାଉନସୁଗାର ଜବତ ହୋଇଥିବା ଗୁରୁବାର ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ ଲକ୍ଷଟଙ୍କା ହେବ। ପଟ୍ଟାମୁଣ୍ଡାଇରୁ ଆଳି ଚାଲାଣ ବେଳେ ଏହି ବ୍ରାଉନସୁଗାର ଜବତ କରାଯାଇଛି। ସ୍କୁଟିରେ ଯୁବକ ବ୍ରାଉନସୁଗାର ନେଇ ଆସୁଥିବା ବେଳେ ଆଳିରେ ପୁଲିସ ଜବତ କରିଛି ବୋଲି ସୂଚନା ମିଳିଛି।

Comments are closed.