ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଗିରଫ

ଯାଜପୁର: ଯାଜପୁର ରୋଡ଼ ପୁଲିସ ଦ୍ବାରା ୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ପୁଲିସ ୩ ଜଣ  ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୦ ହଜାର ୭୦୦ ଟଙ୍କା ସହ ଗୋଟିଏ ବାଇକ ଓ ୨ଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ସ୍ଥାନୀୟ ପଦ୍ମପୁର ଅଞ୍ଚଳର ଦିଲ୍ଲୀପ ମହାନ୍ତି (ମଣ୍ଟୁ), ଦଳା ଅଞ୍ଚଳର ସଞ୍ଜିତ ସିଂ ଓ ରାଇସମିଲ୍ ଅଞ୍ଚଳର ବାରିସା ମୁର୍ମୁ। ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Comments are closed.