୧୦୫ ଗ୍ରାମର ବ୍ରାଉନସୁଗାର ଜବତ

0

ଭୁବନେଶ୍ୱର : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ୧୦୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଜବତ କରାଯାଇଥିବା ବ୍ରାଉନସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରାଉନସୁଗାର ଜବତ କରିବା ସହ ଜଣେ ନିଶା ବେପାରୀକୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଛି। ଲକ୍ଷ୍ମୀସାଗର ଛକରେ ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ବିଭାଗ ଜବତ କରିଛି ବୋଲି ସୂଚନା ମିଳିଛି।

Leave A Reply