ହିରୋ ମୋଟୋକର୍ପ ଏକ୍ସ ପଲ୍‌ସ-୨୦୦-ଟି ର ବଜାର ପ୍ରବେଶ

0

ଭୁବନେଶ୍ୱର : ହିରୋ ମୋଟୋ କର୍ପ ଲି. ପକ୍ଷରୁ ପ୍ରିମିୟମ୍‍ ସେଗମେଣ୍ଟ୍‍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍‍ ନିୟୁ ଏକ୍ସ ପଲସ୍‍-୨୦୦-ଟିର ବଜାର ପ୍ରବେଶ କରାଯାଇଛି। ଏହାକୁ ଇଟାଲୀର ମିଲାନଠାରେ ମୋଟର ସାଇକେଲ ଶୋ’ରେ ପ୍ରଦର୍ଶନ କରାଯାଇଥିଲା। ଏକ୍ସ ପଲସ୍‍-୨୦୦-ଟିରେ ଅତ୍ୟାଧୁନିକ ଜ୍ଞାନ ଶଳର ଉପଯୋଗ କରାଯାଇଛି। ଏଥିରେ ଏବିଏସ୍‍, ଏଲଇଡି ହେଡ୍‍ ଏବଂ ଟେଲ୍‍ ଲ୍ୟାମ୍ପ୍‍, ଡିଜିଟାଲ ସ୍ପିଡୋ ମିଟର, ବ୍ଲୁଟୁଥ୍‍ କନେକ୍ଟିଭିଟି, ଟର୍ଣ୍ଣ-ବାଇ-ଟର୍ଣ୍ଣ ନାଭିଗେସନ୍‍ ଆଦି ବୈଶିଷ୍ଟ୍ୟ ରହିଛି। ଏକ୍ସ ପଲସ୍‍-୨୦୦-ଟି ଏକ୍ସ ପଲସ୍‍-୨୦୦ର ପରିବର୍ଦ୍ଧିତ ନୂତନ ରୁପ। ଏହି ଯାନ ଦୁଇଟି ଆସନ୍ତା ୨୦୧୯ ବର୍ଷ ପ୍ରାରମ୍ଭରେ ବଜାରକୁ ଆସିବାର ସମ୍ଭାବନା ରହିଛି। ଏହା ପୂର୍ବରୁ କମ୍ପାନୀ ଏକ୍ସ୍ରିଟ୍ରିମ୍‍-୨୦୦-ଆର୍‍ର ବଜାର ପ୍ରବେଶ କରିଥିଲା। ହିରୋ ମୋଟୋକର୍ପ ପକ୍ଷରୁ ଇତିମ୍ମରେ ୧୨୫ ସିସି ସ୍କୁଟର ଡୁଏଟ୍‍, ଡେଷ୍ଟିନ୍‍-୧୨୫ ଏବଂ ମାଷ୍ଟ୍ରୋ ଏଜ୍‍-୧୨୫ର ବଜାର ପ୍ରବେଶ କରାଯାଇସାରିଛି। ଏସବୁ ଯାନ ୟୁରୋ-୪ ଇମିସନ୍‍ ଯୋଗ୍ୟତା ପୂରଣ କରୁଛନ୍ତି। ଏହି ଅବସରରେ ହିରୋ ମୋଟୋ କର୍ପ ଲି.ର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୱନ ମୁଞ୍ଜଲ୍‍ କହିଲେ, ଆମେ ଯୋଜନାବଦ୍ଧ ଭାବରେ କାର୍ଯ୍ୟକରି ଉପଯୁକ୍ତ ସଫଳତା ଲାଭ କରିଥିବାବେଳେ ଆବଶ୍ୟକ ଉତ୍ପାଦନ ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମ ହୋଇଛୁ। ଏହି ଅନନ୍ୟ ବିଶ୍ୱସ୍ତରୀୟ ଉତ୍ପାଦ ପ୍ରସ୍ତୁତ କରି ବିଶ୍ୱବ୍ୟାପୀ ଆମର ସ୍ଥିତି ସୁଦୃଢ଼ କରିବାର ଲକ୍ଷ୍ୟ ରଖିଛୁ।

Leave A Reply