ଆସୁଛି ହିରୋ ସ୍ପ୍ଲେଣ୍ଡର ଇ-ବାଇକ୍: ଚାଲିବ ୨୪୦ କିମି !

ନୂଆଦିଲ୍ଲୀ: ଭାରତରେ ବଢ଼ୁଛି ବୈଦ୍ୟୁତିକ ଯାନର ଚାହିଦା । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ଗୁଡ଼ିକ ମଧ୍ୟ ଉନ୍ନତ ମାନର ଗାଡ଼ି ପ୍ରସ୍ତୁତ କଲେଣି । ନିକଟରେ ଅନେକ କମ୍ପାନୀ ବଜାରରେ ବୈଦ୍ୟୁତିକ ଯାନ ଲଞ୍ଚ କରିଥିବା ବେଳେ ବର୍ତ୍ତମାନ ଦେଶର ସର୍ବୋଚ୍ଚ ଦୁଇ ଚକିଆ ଯାନ କମ୍ପାନୀ ହିରୋ ତାର ବୈଦ୍ୟୁତିକ ବାଇକ୍‌ ବଜାରକୁ ଛାଡ଼ିକୁ ଯାଇଛି । କମ୍ପାନୀର ସୂଚନା ମତାବକ ଖୁବଶୀଘ୍ର ହିରୋ ମୋଟୋକର୍ପ ନୂତନ ଇ-ବାଇକ୍‌ ବଜାରକୁ ଆଣୁଛି । ଯାହାର ସମ୍ପର୍ଣ୍ଣ ଗଠନ ଶୈଳୀ ହିରୋ ସ୍ପେଣ୍ଡର ପରି ରହିବ ।

ହିରୋ ମୋଟୋକର୍ପ ନିକଟରେ ବୈଦ୍ୟୁତିକ ଯାନ ଭିଡାକୁ ବଜାରକୁ ଛାଡ଼ିଥିଲା । ପରେ ପରେ ହିରୋ ଇ-ବାଇକ୍‌ ପ୍ରସ୍ତୁତ ନେଇ ଚିନ୍ତା​‌ କରୁଥିଲା । ହେଲେ ବର୍ତ୍ତମାନ ହିରୋ ସ୍ପ୍ଲେଣ୍ଡର ବୈଦ୍ୟୁତିକ ଦୁଇ ଚକିଆ ଯାନ ରୂପରେ ଆସିବ ବୋଲି କୁହାଯାଉଛି । ହେଲେ ଏ ସମ୍ପର୍କରେ ହିରୋ କମ୍ପାନୀ ପକ୍ଷରୁ କିଛି ବିବୃତି ଦିଆଯାଇନାହିଁ ।

 

 

ଏହି ବାଇକକୁ ନେଇ ଶୁଣା ଯାଉଥିବା ସୂଚନା ଅନୁସାରେ ଏହା ବିଭିନ୍ନ ପ୍ରକାରର ମଡେଲ ଅନୁସାରେ ବଜାରକୁ ଆସିବ । ମଡେଲ ଅନୁଯାୟୀ ଏହି ବାଇକ୍‌ ଗୁଡ଼ିକ ମାଇଲେଜ ଦେବ ବୋଲି କୁହାଯାଉଛି । ଏହି ବିଭିନ୍ନ ମଡେଲ ଗାଡ଼ି ଗୁଡ଼ିକର ମାଇଲେଜ ୧୨୦ କିଲୋମିଟରରୁ ୨୪୦ କିଲୋମିଟର ଯାଏ ରହିବ ।

 

Comments are closed.