ଦମଦାର ଷ୍ଟାଇଲ ସହ ଆସୁଛି ‘ହିରୋ ଡାଉନ’ ବାଇକ୍‍

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ହିରୋ’ ଭାରତୀୟ ବଜାରକୁ ଏକ ଦମଦାର ଷ୍ଟାଇଲର ନୂଆ ବାଇକ୍‍ ଛାଡ଼ିବାକୁ ଯୋଜନା କରିଛି। ଏହା ସବୁ ଶ୍ରେଣୀର ଗ୍ରାହକଙ୍କ ପସନ୍ଦ ଯୋଗ୍ୟ ହୋଇପାରିବ ବୋଲି କମ୍ପାନୀ ଆଶା ବ୍ୟକ୍ତ କରିଛି। ଏହି ବାଇକ୍‍ ହେଉଛି ‘ହିରୋ ଡାଉନ’ ସିରିଜର ଏକ ନୂଆ ମଡେଲ। ପୂର୍ବ ‘ହରୋ ଡାଉନ’ଠାରୁ ସମ୍ପୂର୍ଣ୍ଣ ଅଲଗା ଭାବେ ଏହି ନୂଆ ମଡେଲରେ କିଛିଟା ପରିବର୍ତ୍ତନ କରାଯାଇଛି।
ଏହି ନୂଆ ବାଇକରେ ୧୨୪.୭ ସିସି, ଚାରି ଷ୍ଟ୍ରୋକ୍‍, ଓଏଚସି ଓ ଏକକ ସିଲିଣ୍ଡର ଇଞ୍ଜିନ ରହିଛି। ଏହି ଇଞ୍ଜିନ ୯.୧୩ ପିଏସ୍‍ ଓ ୧୦.୩୫ ଏନଏମ ଶକ୍ତି ଉତ୍ପନ୍ନ କରିବ। ଏହି ବାଇକରେ ଗ୍ରାହକ ଏକ ଲିଟର ପେଟ୍ରୋଲରେ ୬୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ହିରୋ ବାଇକ୍‍ କଳା, ନୀଳ ଓ ଲାଲ ତିନୋଟି ନୂଆ ରଙ୍ଗରେ ବଜାରକୁ ଆସିବ। ଏହି ନୂଆ ବାଇକର ମୂଲ୍ୟ ଭାରତୀୟ ବଜାରରେ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି ହିରୋ ବାଇକ୍‍ କମ୍ପାନୀର ଜଣେ ଡିଲର ସୂଚନା ଦେଇଛନ୍ତି।

Leave A Reply