ଜୁଲାଇ ୬ରୁ ଖୋଲିବ ସବୁ ଜାତୀୟ ଐତିହ୍ୟ ସ୍ଥଳ

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ମାର୍ଚ୍ଚ ୧୭ରୁ ବନ୍ଦଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ) ଦ୍ବାରା ସୁରକ୍ଷିତ ସମସ୍ତ ଜାତୀୟ ଐତିହ୍ୟସ୍ଥଳଗୁଡିକ ଖୋଲିବା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଐତିହ୍ୟସ୍ଥଳଗୁଡିକ ସର୍ବସାଧାରଣଙ୍କ ନିମନ୍ତେ ଜୁଲାଇ ୬ରୁ ଖୋଲଯାଇପାରବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଗୁରୁବାର କହିଛନ୍ତି। ଜୁନ୍‌ ମାସରେ ୮୨୦ଟି ଐତିହ୍ୟସ୍ଥଳକୁ ଖୋଲିବା ଲାଗି ସରକାର ଅନୁମତି ଦେଇଥିଲେ।

Comments are closed.