ହରେକୃଷ୍ଣ ଗ୍ରାମ୍ୟ ଉନ୍ନୟନ ସମାଜ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ

ଭୁବନେଶ୍ବର: ହରେକୃଷ୍ଣ ଗ୍ରାମ୍ୟ ଉନ୍ନୟନ ସମାଜ ସଦସ୍ୟ ଓ ନିବାସୀଙ୍କ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ପୂର୍ବତନ ସାଂସଦ ଡ.ପ୍ରସନ୍ନ କୁମାର ପାଟ୍ଟଶାଣୀ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ରାଉତରାୟ ଓ ଶ୍ରୀ ପାଟ୍ଟଶାଣୀ ଚାରା ରୋପଣ ସହ ସବୁଜ ପରିବେଶ ସୃଷ୍ଟି ପାଇଁ ସଚେତନତା ସୃଷ୍ଟି କରିଥିଲେ। ସାମାଜିକ ଦୂରତା ବଜାୟ ରଖି ବିଶ୍ବ ପରିବେଶ ଦିବସ ପାଳନ କରାଯାଇଥିଲା ବୋଲି ସମ୍ପାଦକ ରୁସି ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.