ହେମନ୍ତଙ୍କ ଶପଥ ସମାରୋହରେ ବିରୋଧୀଙ୍କ ମହାମିଳନ

ରାଞ୍ଚି: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ। ହେମନ୍ତ ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ହେମନ୍ତଙ୍କ ଶପଥ ଗ୍ରହଣ ସମାରୋହ ଦେଶର ଆଗାମୀ ରାଜନୈତିକ ଦୃଶ୍ୟପଟକୁ ଏକ ନୂତନ ବର୍ତ୍ତା ଦେବବୋଲି ଚର୍ଚ୍ଚା ହେଉଛି। କାରଣ ଏହି ଶପଥ ଗ୍ରହଣ ସମାରୋହାରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ବିରୋଧୀଙ୍କ ମହାମିଳନ। ଶପଥ ଗ୍ରହଣ ସମାରୋହରେ ବିରୋଧୀ ଏକ ହେବା ଦେଶର ରାଜନୀତିରେ ଏକ ନୂଆ ସମିକରଣ ସୃଷ୍ଟି ହେବାନେଇ ଆଲୋଚନା ହେଉଛି । ହେମନ୍ତଙ୍କ ଶପଥ ଗ୍ରହଣ ସମାରୋହ ପରେ ସମସ୍ତ ବିରୋଧୀ ଦଳର ବରିଷ୍ଠ ନେତାମାନେ ମଞ୍ଚ ଉପରୁ ହାତକୁ ହାତ ମିଳାଇ ବିରୋଧୀ ଏକତାର ଶକ୍ତି ପଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ।

ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତାମିଲନାଡୁର ବିରୋଧୀ ଦଳ ଡିଏମକେ ସୁପ୍ରିମୋ ଏମ.କେ ଷ୍ଟାଲିନ୍, ଡିଏମକେ ସାଂସଦ କାନ୍ନୀମୋଝୀ, ଆରଜେଡି ନେତା ତେଜସ୍ୱୀ ଯାଦବ, ଜେଡିୟୁର ବହିଷ୍କୃତ ନେତା ଶରଦ ଯାଦବ, ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ,ବାମଦଳ ନେତା ସୀତାରାମ ୟେଚୁରୀ ଓ  ଡି.ରାଜା ପ୍ରମୁଖ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ ରିବିବାର ଝାଡଖଣ୍ଡ ମୁକ୍ତି ମୋର୍ଚା(ଜେଏମଏମ)ର ନେତା ହେମନ୍ତ ସୋରେନ ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ରବିବାର ରାଞ୍ଚିର ମୋରାବାଦୀ ପଡିଆରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀମଣ୍ଡଳର ସହଯୋଗୀ ଭାବେ କଂଗ୍ରେସର ଦୁଇନେତା ଏବଂ ରାଷ୍ଟ୍ରିୟ ଜନତା ଦଳର ଜଣେ ବିଧାୟକ ଶପଥ ନେଇଛନ୍ତି।

Comments are closed.