ହୋମ କ୍ବାରେଣ୍ଟାଇନରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ  ହେମନ୍ତ ସୋରେନ

ଝାଡଖଣ୍ଡ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ବାରେଣ୍ଟାଇନରେ ଅଛନ୍ତି। ଝାଡଖଣ୍ଡର ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ମିଥିଲେଶ ଠାକୁର ଏବଂ ବିଧାୟକ ମଥୁରା ପ୍ରସାଦ ମହାତୋ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଦୁଇ ମନ୍ତ୍ରୀଙ୍କ ସହ ସଂପର୍କରେ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ମୁଖ୍ୟ ସଚିବ, ଗଣମାଧ୍ୟମ ପରାମର୍ଶଦାତା ମଧ୍ୟ ହୋମ କ୍ବାରେଣ୍ଟାଇନରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏକ ସରକାରୀ ଗୃହରେ ସଙ୍ଗରୋଧରେ ଅଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥି ସହ ମନ୍ତ୍ରୀ ମିଥିଲେଶ ଠାକୁରଙ୍କୁ ରାଞ୍ଚିରେ ରିମସରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ବିଧାୟକ ମଥୁରା ପ୍ରସାଦ ମହାତୋଙ୍କୁ ଧାନବାଦର କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Comments are closed.