ପଙ୍ଗପାଳ ମୁକାବିଲା: ଜାରି ହେଲା ନିଃଶୁଳ୍କ ହେଲପ୍‌ଲାଇନ୍‌ ନମ୍ବର ୧୮୦୦-୧୦୨-୫୧୬୬

ଭୁବନେଶ୍ବର: ଓଡ଼ିଶାରେ ପଙ୍ଗପାଳଙ୍କ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଚାଷୀମାନେ ସତର୍କ ରହିବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୁହାଯାଇଛି । ଏଥି ପାଇଁ ବିଭାଗ ପକ୍ଷରୁ ନିୟମିତ ଖବର ସଂଗ୍ରହ, ଆକଳନ ଓ ତ୍ରିସ୍ତରୀୟ ପର୍ଯ୍ୟବେକ୍ଷଣ ଜାରି ରହିଛି । ଏ ସଂପର୍କରେ ଚାଷୀମାନେ କୃଷି ବିଭାଗର ନିୟନ୍ତ୍ରଣ କକ୍ଷ ୦୬୭୪-୨୩୯୪୯୦୭ ଏବଂ ‘ଆମ କୃଷି’ ନିଃଶୁଳ୍କ ହେଲପ୍‌ଲାଇନ୍‌ ନଂ-୧୮୦୦-୧୦୨-୫୧୬୬ର ସହାୟତା ନେବା ପାଇଁ ପରାମର୍ଶ ଦିଆଯାଇଛି। ସରକାରୀ ଅନୁମୋଦିତ କୀଟନାଶକ ଔଷଧ ପ୍ରୟୋଗ ପାଇଁ ପରାମର୍ଶ ଦିଆଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.