ଅସହାୟ ବୃଦ୍ଧା ଉଦ୍ଧାର

ଚୌଦ୍ୱାର : ଗତ କିଛି ଦିନ ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ଆଗରେ ଅସହାୟ ଅବସ୍ଥାରେ ଘୁରିବୁଲୁଥିବା ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛି ଟଙ୍ଗୀ ଅଂଚଳର ଅଗ୍ରଣୀ ସେବା ଅନୁଷ୍ଠାନ ଶ୍ରୀକ୍ଷେତ୍ରବାସୀ ଫାଉଣ୍ଡେସନ୍ । ସୂଚନା ଅନୁଯାଇ ଅସହାୟ ବୃଦ୍ଧା ଜଣଙ୍କ ନିଜର ପରିଚୟ ଦେଇପାରୁନଥିବା ବେଳେ ସ୍ଥାନୀୟ ଲୋକେ କିଛିଦିନ ଖାଇବାକୁ ଦେଉଥିଲେ। ମାତ୍ର ସ୍ଥାୟୀ ସମାଧାନ ହୋଇପାରୁନଥିବା ଖବର ପାଇ ଅନୁଷ୍ଠାନର ସଭାପତି ରବୀନ୍ଦ୍ର ମହାପାତ୍ର ଓ ସଦସ୍ୟ ମାନେ ବୃଦ୍ଧାଙ୍କ ନିକଟରେ ପହଁଚି ବୃଦ୍ଧାଙ୍କୁ ଉଦ୍ଧାର କରି ଛତିଆ ସ୍ଥିତ ସେବକ ଆଶ୍ରମରେ ଛାଡିଥିଲେ । ଏହି କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ବାରିକ, ଲିଙ୍ଗରାଜ ମୁଦୁଲୀ, ରଞ୍ଜନ ବାରିକ, ସ୍ୱାଧୀନ ସାହାଣୀ, ମାନସ ଘଡେଇ, ରାକେଶ ମହାପାତ୍ର, ବିଚିତ୍ର ବେହେରା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

Comments are closed.