ଟ୍ରକ ହେଲପର ମାଡ଼ରେ ଡ୍ରାଇଭର ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୨ ଚକିଆ ଟ୍ରକ ହେଲପରର ଜ୍ୟାକ୍ ରଡ଼ ଆକ୍ରମଣରେ ନିଜ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରକଟି ପେପର ବୋଝେଇ କରି କଲିକତା ଅଭିମୁଖେ ଯାଉଥିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରେ ସେମାନଙ୍କ ଟ୍ରକର ପମ୍ପଚର ଟାୟାର ଖୋଲିବା ସମୟରେ ଉଭୟ ଡ୍ରାଇଭର ଓ ହେଲପର ମଧ୍ୟରେ ବଚସା ହୋଇଥିଲା। ଏଥିରେ ହେଲପର ଉତକ୍ଷିପ୍ତ ହୋଇ ଟାୟାର ଖୋଲୁଥିବା ଜ୍ୟାକ ରଡରେ ଡ୍ରାଇଭରକୁ ଆକ୍ରମଣ କରିଥିଲା।

ଗୁରୁତର ଡ୍ରାଇଭର ଜଣଙ୍କ ବିହାର ର ଦେଓଘର ଜିଲ୍ଲା ଦେବୀପୁର ଥାନା ବାରଗୁନିଆ ଗ୍ରାମର ଭୂବନେଶ୍ବର ଚୌହାନ(୪୧) ବୋଲି ଜଣାପଡିଛ। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଟ୍ରକ ହେଲପର ଜଣଙ୍କ ତୁରୁମୁଙ୍ଗା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ହେଲପର ଜଣଙ୍କ ବିହାର ରାଜ୍ୟର ସୀତାମାଢି ଜିଲ୍ଲା ରାସଲପୁରର ଲାଲୁ ସାହାଣୀ(୪୩) ବୋଲି ଜଣାପଡିଛି।

Comments are closed.